Latest Odisha News

BREAKING NEWS

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଏ ନେଇ ଅଫିିସିଆଲ ଭାବେ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ କିମ୍ବା ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନି ।

୧୯ ଜାନୁୟାରୀରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୨ ବର୍ଷୀୟ ଏହି ଯୁବ ଖେଳାଳି ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତେ । ସୁନ୍ଦର କିଛି ଦିନ ହେବ କରୋନା ସଂକ୍ରମିତ ହେବା ସହ ମୁମ୍ବାଇର ହୋଟେଲରେ କ୍ୱାରେଂଟାଇନରେ ଥିଲେ ।

Leave A Reply

Your email address will not be published.