Latest Odisha News

BREAKING NEWS

ଜଗିଥିଲେ ତିନି ଜଣ ପୋଲିସ; ସମସ୍ତଙ୍କୁ ଚକମା ଦେଇ ଖସିଗଲା କଏଦୀ

କଟକ: ପୋଲିସକୁ ଚକମା ଦେଇ ଛୁ ମାରିଲା କଏଦୀ । ମହିଳା ବେଶ ପକାଇ ଖସିଗଲା, କେହି ଜାଣି ପାରିଲେନି ।   କଟକ ବଡ ମେଡିକାଲରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ସାଜନ ଦାସ । ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ଆଳି ପିଙ୍ଗଳ ଉପକାରଗାରରେ ରଖାଯାଇଥିଲା। ଦେହ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲରେ ରଖାଯାଇଥିଲା। ଗତ ୨୯ ତାରିଖରୁ ସାଜନକୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ପୋଲିସ କର୍ମଚାରୀ ମେଡିକାଲରେ ସାଜନକୁ ଜଗି ରହିଥିଲେ ।

ଗତକାଲି ଶୌଚ ହେବାକୁ ଯାଇ ଆଉ ଫେରି ନଥିଲା। ଦୀର୍ଘ ସମୟ ଧରି  ସାଜନ ବାଥରୁମ୍‌ରୁ ନ ଫେରିବାରୁ   ପୁଲିସ କର୍ମଚାରୀମାନେ ଖୋଜାଖୋଜି ଆରମ୍ଭ  କରିଥିଲେ।   ପରେ ମେଡିକାଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ ।  ସିସିଟିଭି ଫୁଟେଜରୁ ଜଣାପଡିଥିଲା, ସାଜନ ଶାଢ଼ି ପିନ୍ଧି ଖସି ପଳାଇଛି ।

ଏ ନେଇ ପୋଲିସ  ମଙ୍ଗଳବାଗ ଥାନାରେ ମାମଲା ରୁଜୁ କରିବା ସହ  ସାଜନକୁ ଚାରିଆଡେ ଖୋଜାଖୋଜି କରୁଛି।  ତେବେ ତିନିଜଣ ପୋଲିସଙ୍କୁ ଚକମା ଦେଇ ଜଣେ ବିଚାରାଧୀନ କଏଦୀ  ଏପରି  ଖସିଯିବା   ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.