Latest Odisha News

BREAKING NEWS

ଜାନୁଆରୀରୁ କଂଗ୍ରେସର ପଦଯାତ୍ରା: ବିଜେପି ବିରୋଧରେ ଭରିବ ରଣହୁଙ୍କାର

ନୂଆଦିଲ୍ଲୀ: ଜାନୁଆରୀ ୨୬ରୁ ପଦଯାତ୍ରା କରିବ କଂଗ୍ରେସ । ଆମ୍ବେଦକରଙ୍କ ବିଚାରଧାରାକୁ ନେଇ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା । କଂଗ୍ରେସ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ ବୋଲି ସିଡବ୍ଲୁସିର ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ବିଜେପି ସମ୍ବିଧାନକୁ କ୍ଷତି ପହଞ୍ଚାଇବାକୁ ଚାହୁଥିବା ବେଳେ ବିଜେପି ବିରୋଧରେ ବୁଲି ବୁଲି ରଣହୁଙ୍କାର ଭରିବ କଂଗ୍ରେସ ।

ଏନେଇ ଜୟରାମ ରମେଶ କହିଛନ୍ତି, ଭାରତ ଯୋଡ଼ ଯାତ୍ରା କଂଗ୍ରେସ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ଆଉ ଏବେ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦ ଯାତ୍ରା କରିବାକୁ ଯାଉଛି କଂଗ୍ରେସ । ଗାଁରୁ ବାହାରିବ କଂଗ୍ରେସର ରାଲି। ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ସବୁ ବଡ଼ ବଡ଼ ନେତା ଏହି ପଦଯାତ୍ରାରେ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ ସୂଚାଇ ଦିଆଯାଇଛି ।

Comments are closed.