Latest Odisha News

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ଟଙ୍କା ନେଇ ଫସିଲେ ସାଇବର କାଫେ ମାଲିକ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଫିସ ପାଖରେ ଥିବା ସାଇବର କାଫେ ଉପରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ସାଇବର କାଫେ ରୁ କମ୍ପ୍ୟୁଟର, ସିପିୟୁ ଜବତ କରି କାଫେ କୁ ତାଲା କରିଛି ପୋଲିସ । କାଫେ ମାଲିମକୁ ଥାନାରେ ଅଟକ ରଖି ପଚାର ଉଚାରା କରୁଛି ପୋଲିସ ।

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ୧୦୦ ଟଙ୍କା ଆଦାୟ କରୁଥିବା ନେଇ ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟା ରାଣୀ ସମରଥ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଏସଡିପିଓ ତପଷ୍ପିନି କଅରଙ୍କ ନେତୃତ୍ବ ରେ ଚଢ଼ାଉ କରାଯାଇଛି । ସମ୍ପୃକ୍ତ କାଫେ ମାଲିମ କୁନ୍ଦ୍ରା ବ୍ଲକର ଜଣେ ବ୍ୟକ୍ତିଙ୍କ ଆଇଡି ବ୍ୟବହାର କରି ବୋରିଗୁମ୍ମା ବ୍ଲକରେ ବେଆଇନ ଭାବେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜିକରଣ କରୁଥିଲେ ।

ଜଣକ ପିଛା ୧୦୦ ଟଙ୍କା ନେଉଥିବା ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବୋରିଗୁମ୍ମା ଏସଡିପିଓ ତପଷ୍ପିନୀ କଅର ସୂଚନା ଦେଇଛନ୍ତି ।

Comments are closed.