Latest Odisha News

BREAKING NEWS

ମାତିଛନ୍ତି ସାଇବର ଠକ

ଭୁବନେଶ୍ୱର : ମାତିଛନ୍ତି ସାଇବର ଠକ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭୁଆଁ ବୁଲାଇ ଲୁଟିବାରେ ଲାଗିଛନ୍ତି ଠକମାନେ । ଦିନ ଦ୍ୱିପ୍ରହରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏନେଇ ବାରମ୍ବାର ସଚେତନତା କରାଯାଇଥିଲେ ମଧ୍ୟ ଲୋକମାନେ ଚେତୁନାହାନ୍ତି । ଫଳରେ ବେଳକୁ ବେଳ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ନିକଟରେ ଜଣେ ନର୍ସଙ୍କ ଠାରୁ ୯୦ ହଜାର ଟଙ୍କା ଓ ଅନ୍ୟଜଣେ ଯୁବକଙ୍କ ଠାରୁ ସାଇବର ଠକମାନେ ସାଢେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଖଣ୍ଡଗିରି ଥାନା ଏମ୍ସର ଜଣେ ନର୍ସ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ତାଙ୍କୁ ପୁରଷ୍କାର ଜିତିଛନ୍ତି କହି ୯୦ ହଜାର ଟଙ୍କା ନର୍ସଙ୍କ ଠାରୁ ଲୁଟି ନେଇଥିଲ । ଠକେଇରେ ଶିକାର ହୋଇଥିବା ଯୁବତୀ ଜଣକ ଖଣ୍ଡଗିରି  ଥାନାରେ ଅଭିଯୋଗ କରିଛନ୍ତିା ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପୋଲିସ ଠକଙ୍କ ଫୋନ୍ ନମ୍ବରକୁ ଟ୍ରାକ କରିଥିବା ବେଳେ ସେମାନେ ଦିଲ୍ଲୀର ହୋଇଥିବା ଜଣାପଡ଼ିଛି । ଟଙ୍କା ଯାଇଥିବା ଆକାଉଣ୍ଟକୁ ପୋଲିସ ବନ୍ଦ କରିଦେଇଛି।

ଅନ୍ୟପଟେ ବିଦେଶୀନିଙ୍କ ପ୍ରେମରେ ପଡ଼ି ଯୁବକ ହରାଇଲେ ସାଢେ ୪ ଲକ୍ଷ ଟଙ୍କା । ଜଣେ ବିଦେଶିନୀ ଯୁବତୀଙ୍କ ପ୍ରେମରେ ପଡ଼ି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଢେଚାରି ଲକ୍ଷ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି । ଠକେଇରେ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଅଶ୍ୱିନୀ କୁମାର ବିଶ୍ୱାଳ । ଏନେଇ ସେ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରୁଥିଲେ ମଧ୍ୟ ଠକ ଯୁବତୀର ପତ୍ତା ପାଇନି ପୋଲିସ।

ସୂଚନା ଅନୁସାରେ ଅଶ୍ୱୀନି ଲକ୍ଷ୍ମୀ ସାଗର ଅଞ୍ଚଳରେ ଘରଭଡା ନେଇ ରହୁଛନ୍ତି। ଗତ ଜୁଲାଇ ମାସରେ ଅମନ ଉଇଲୁୟମ୍ ନାମକ ଜଣେ ମହିଳା ତାଙ୍କ ଫେସବୁକ ଆକାଉଣ୍ଟକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ଏହାକୁ ଅଶ୍ୱିନୀ ଗ୍ରହଣ କରିବା ପରେ ଯୁବତୀ ଜଣକ ତାଙ୍କ ସହ ଚାର୍ଟିଂ କରିଥିଲେ । ପରେ ଯୁବତୀ ଜଣଙ୍କ ତାଙ୍କୁ ବିଦେଶ ଯିବା ପାଇଁ ଫ୍ଲାଇଟ ଟିକେଟ ପଠାଇଥିବା କହିଥିଲେ ।

 

ଗତ ୩୦ ଅଗଷ୍ଟରେ ଦିଲ୍ଲୀ ଏୟରପୋର୍ଟରେ ବିମାନ ଥିବା କହିଥିଲେ । ହେଲେ ସେଦିନ ଅଶ୍ୱୀନି କଲ୍ କରି ଦିଲ୍ଲୀ ଏୟାରପୋର୍ଟରେ ଥିବା କହିଥିଲେ । ତାଙ୍କ ଟିକେଟ ବାତିଲ ହୋଇଯାଇଛି କହିବା ସହ ତାଙ୍କୁ ଟିକେଟ ପୁଣିଥିରେ କନ୍ ଫର୍ମ କରିବାପାଇଁ ୫୦ ହଜାର ଟଙ୍କା ମାଗିଥିଲେ ଯୁବତୀ । ଅଶ୍ୱୀନି କିଛି ବୁଝି ଟଙ୍କା ପଠାଇଦେଇଥିଲେ । ପୁଣି ଆଉ ଜଣେ ବ୍ୟକ୍ତି ଆରବିଆଇରୁ ଫୋନ୍ କରି ବିଦେଶରୁ ତାଙ୍କ ନାଁ ରେ ଏକ ଡିମାଣ୍ଡ ଡ୍ରାଫ୍ଟ ଆସିଛି ବୋଲି କହିଥିଲେ। ଯାହା ଭାରତୀୟ ମୁଦ୍ରାରେ ୫ କୋଟି ୩ ଲକ୍ଷ୯୬ ହଜାର ଟଙ୍କା ହେବ।

ତେଣୁ ଏହି ଟଙ୍କା ପାଇବାକୁ ହେଲେ ୪ ଲକ୍ଷ ଟଙ୍କା  ଦେବାକୁ ପଡ଼ିବ କହିଥିଲେ । ଯୁବକ ଜଣ ଏହି ଟଙ୍କା ଦେଇ ଠକାମିର ଶିକାର ହୋଇଥିଲେ।ଯୁବକ ଜଣକଙ୍କ ସନ୍ଦେହ ହେବାରୁ ସେ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଚେକ୍ କରିଥିଲେ ଏହି ଆକାଉଣ୍ଟ ଏକ ସାଇବର ଠକର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.