ଭୁବନେଶ୍ବର:କମିଶନରେଟ ପୋଲିସକୁ ବଡ଼ ସଫଳତା । ୧୨ଜଣ ଅନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।
ମେସୋ,naptol, Kerala ଲଟେରି, ବଜାଜ୍ ଫାଇନାସ, ଆଦି ନାମରେ ଖୋଲି ଲଟେରି ବ୍ୟବସ୍ଥା କରି ସାରା ଭାରତ ବର୍ଷରେ ଚଳାଇଥିଲେ ରାକେଟ । ଟଙ୍କପାଣି ରୋଡରେ ଅଫିସ ଖୋଲି ସୋସିଆଲ ମିଡିଆରେ ଲଟେରି ବ୍ୟବସ୍ଥାରେ ଦେଉଥିଲେ ଲକ୍ଷାଧିକ ଟଙ୍କାର ଅଫର ।
ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଅନେକ ଗୁରୁତ୍ୱପୂର୍ଣ ଉପକରଣ ଜବତ ହୋଇଛି । ଉପକରଣ ମଧ୍ୟରେ ୬୦ଟି ମୋବାଇଲ, ଲାପଟପ, ଗିଫ୍ଟ କାର୍ଡ, ଲଟେରୀ କାର୍ଡ ରହିଛି । ଏହି ଅପରାଧୀ ମାନେ ଅନଲାଇନ ସପିଂ ଆପ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ବିଭିନ୍ନ ଲୋଭ ଦେଖାଇ ଲୁଟୁଥିଲେ ।
ଅଭିଯୁକ୍ତ ହେଲେ ବିହାରର ବିଜୟ କୁମାର, ପିଣ୍ଟୁ କୁମାର, ପଙ୍କଜ କୁମାର, ମନିଷ କୁମାର, ଗୁଞ୍ଜନ କୁମାର, ଅର୍ଜୁନ ରାଜ, ସଞ୍ଜୟ କୁମାର ରାୟ କେରଳର ଅଜୟ ରାଜ, ସନ୍ଥରୁ ଭି, ଅଜିତ ଏମ, ସରଥ ଶଶୀ ଓ ଭୁବନେଶ୍ୱରର ଦେବାଶିଷ ତ୍ରିପାଠୀ ।