Latest Odisha News

BREAKING NEWS

Digital arrest scam : ଇଞ୍ଜିନିୟରଙ୍କୁ ୬ ଲକ୍ଷ ଚୂନ ଲଗାଇଲେ ମାଟ୍ରିକ୍‌ ଫେଲ୍‌ ଠକ

ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଧରାପଡିଲେ ୩ ସାଇବର ଠକ। ପୋଲିସ ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ ଡିଜିଟାଲ ଆରେଷ୍ଟ କରିଥିଲେ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ (Digital arrest scam) କରିଥିଲେ।

ସାଇବର ଠକଙ୍କ ଜାଲରେ ଫସିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ନ ଥିବାରୁ ଅନଲାଇନରେ ଲୋନ୍‌ ପାଇଁ ପ୍ରବର୍ତ୍ତାଇଲେ । ଲୋନ ନେବା ପରେ ଠକଙ୍କୁ ୬ଲକ୍ଷ ୯୪ ହଜାର ଟଙ୍କା ଦେଇଥିଲେ। ସାଇବର ଥାନାରେ ଅଭିଯୋଗ କରିବା ପରେ ୨ ଲକ୍ଷ ଫେରି ପାଇଛନ୍ତି ।

ଏହି ଘଟଣାରେ କମିସନରେଟ ପୋଲିସ ଗୁଜରାଟରୁ ୨୭ ବର୍ଷୀୟ ବିଶାଲ ରମେଶକୁ ଗିରଫ କରିଛି। ବିଶାଲ ଅଷ୍ଟମ ଫେଲ୍ ।ସେହିପରି ଗୁଜରାଟର ମିଲନ ଚୌହାନଙ୍କୁ ଗିରଫ କରିଛି । ଜଷ୍ଟ୍ ଡାଏଲ ଓ୍ବେବସାଇଟରେ ନକଲି କମ୍ପାନି କରି ଲୋକଙ୍କୁ ଠକୁଥିଲେ ଦଶମ ଫେଲ୍ ହୋଇଥିବା ମିଲନ ।

ସେହିପରି ପ୍ରି ଆକ୍ଟିଓ୍ବେଟ ସିମ ବିକ୍ରି କରି ଜଣେ ବ୍ୟବସାୟୀ ବନ୍ଧା ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ବିହାର ସ୍ଥିତ ଶୁଭମ୍ କମ୍ୟୁନିକେସନ ଦୋକାନରେ ଚଢାଉ କରି ବ୍ୟବସାୟୀ ସର୍ବେଶ୍ବର ପାତ୍ରଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି।

Comments are closed.