Latest Odisha News

BREAKING NEWS

Cyber Safety Campaign: ସାଇବର ସେଫ୍ଟି କ୍ୟାମ୍ପେନ ଆରମ୍ଭ, ସାଇବର ଠକେଇର ମୁକାବିଲା କରିବେ ରାଜ୍ୟବାସୀ

ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସାଇବର ସେଫ୍ଟି କ୍ୟାମ୍ପେନ। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିବେ। ନଭେମ୍ବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ଏହି କ୍ୟାମ୍ପେନ। ସାଇବର ସୁରକ୍ଷାକୁ ନେଇ ସଚେତନା ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ।

ଏଥିପାଇଁ ୧୬ଟି ସାଇବର ରଥ ପ୍ରସ୍ତୁତ କରାଯାଇଛି। ଏହି ରଥ ଗୁଡ଼ିକ ରାଜ୍ୟର ୩୩ଟି ଜିଲ୍ଲାରେ ବୁଲି ସାଇବର ସେଫ୍ଟି ନେଇ ଲୋକଙ୍କୁ ସଚେତନ କରିବ । ଏହା ପୂର୍ବରୁ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ଏହି ଅବସରରେ କ୍ୟାମ୍ପେନ୍ ର ମାସ୍କଟ ସାଇରାକୁ ଉନ୍ମୋଚନ କରାଯାଇଛି ।

ଏହାସହ କାର୍ଯ୍ୟକ୍ରମର ଟ୍ୟାଗ୍ ଲାଇନ୍ STOP, VERIFY & SECURE ଓ ଥିମ୍ ସଙ୍ଗ୍ କୁ ଉନ୍ମୋଚନ କରିଛନ୍ତି ଡିଜିପି । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ମାସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଆଉ ରିଲ ପ୍ରସ୍ତୁତ କରି ଏହାକୁ ସାଇବର ୱିଙ୍ଗ୍ସକୁ ଟ୍ୟାଗ କରିପାରିବେ ଯୁବପିଢ଼ି । ସାଇବର ସୁରକ୍ଷାକୁ ନେଇ ସଚେତନା ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ । ଆଜିର ସମୟରେ ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଉଛି । ସଚେତନତା ଅଭାବରୁ ନାଗରିକମାନେ ସମସ୍ୟାରେ ପଡ଼ୁଛନ୍ତି ବୋଲି ଡିଜିପି କହିଛନ୍ତି ।

Comments are closed.