Latest Odisha News

BREAKING NEWS

ଲୋକପ୍ରିୟ ସାଉଥ ଅଭିନେତାଙ୍କ ବିରୋଧରେ ସାଇବର କ୍ରାଇମ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ଅବୈଧ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିଁ ପ୍ରଭାସ, ନନ୍ଦମୁରୀ ବାଲକୃଷ୍ଣ ଏବଂ ଗୋପୀଚାନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏକ ଟକ୍ ସୋ ର ସ୍ୱତନ୍ତ୍ର ଏପିସୋଡରେ ରେ ପ୍ରଭାସ ଏବଂ ଗୋପୀଚାନ୍ଦ ଅତିଥି ଥିବାବେଳେ ବାଲକୃଷ୍ଣ ସେଥିରେ ହୋଷ୍ଟ ଥିଲେ। ତେବେ ସେହି ସୋରେ ବେଆଇନ ବେଟିଂ ଆପ୍ସକୁ ସମର୍ଥନ କରାଯାଇଥିବା ନେଇ ରାମା ରାଓ ଇମାନାନି ନାମକ ଜଣେ ବ୍ଯକ୍ତି ଅଭିଯୋଗ କରିଛନ୍ତି। ଏହି ପ୍ଲାଟଫର୍ମ ମାଧ୍ୟମରେ ସେ ୮୦ ଲକ୍ଷ ଟଙ୍କା ହରାଇବାର ଅଭିଯୋଗ ମଧ୍ଯ କରିଛନ୍ତି।

ବର୍ତ୍ତମାନ ଅଧିକାରୀମାନେ ଗେମିଂ ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗଗୁଡ଼ିକର ତଦନ୍ତ କରୁଛନ୍ତି। ଆବେଦନ କରିଥିବା ବ୍ୟକ୍ତି ଜଣକ ପ୍ରଥମେ ଆପ୍ ମାଧ୍ୟମରେ ଟଙ୍କା ରୋଜଗାର କରିଥିଲେ କିନ୍ତୁ ପରେ ତାଙ୍କୁ କ୍ଷତି ସହିବାକୁ ପଡିଥିଲା ଯାହାଫଳରେ ସେ ଋଣଗ୍ରସ୍ତ ହୋଇଯାଇଥିଲେ। ଏଥିପାଇଁ ସେ ଆପର ପ୍ରଚାର ପ୍ରଣାଳୀକୁ ଦାୟୀ କରିଛନ୍ତି କାରଣ ଏଥିରେ ବ୍ୟବହାରକାରୀଙ୍କୁ ଟଙ୍କା ନିବେଶ କରିବାକୁ ଉତ୍ସାହିତ କରାଯାଇଛି।

ଏହି ଆପରେ ଖେଳିବା ଏବଂ ଟଙ୍କା ଜିତିବାର ଲୋଭ ଦେଖାଇ ଠକୁଥିବାର ଅଭିଯୋଗ ହୋଇଛି ଓ ଏଥିରେ ସମସ୍ତ ଟଙ୍କାର କାରବାର ଆକାଉଣ୍ଟ ମାଧ୍ୟମରେ ହୋଇଥାଏ। ଏହି ଆପ୍ ଏକ ବ୍ୟାନ ହୋଇଥିବା ଚୀନ୍ ଗେମିଂ ପ୍ଲାଟଫର୍ମ ସହ ଜଡିତ ଥିବା ଜଣା ପଡିଛି ଯାହାକି ତେଲେଙ୍ଗାନା ଗେମିଂ ସଂଶୋଧନ ଆଇନ, ୨୦୧୭ ଏବଂ ଡିଜିଟାଲ୍ ମିଡିଆ ପଲିସି କୋଡ୍ ବିରୋଧୀ ଅଟେ। ତେବେ ତେଲେଙ୍ଗାନା ଆରଟିସି ଏମଡି ସଜ୍ଜନାର ମଧ୍ୟ ଏହି ବେଆଇନ ବେଟିଂ ଆପ୍ ବିରୁଦ୍ଧରେ ଅଭିଯାନ ଚଳାଇଛନ୍ତି।

 

Comments are closed.