Latest Odisha News

BREAKING NEWS

ବାଘ ସୁରକ୍ଷା ପାଇଁ ସାଇକେଲ ରାଲି ମାଧ୍ୟମରେ ସଚେତନତା

ବାରିପଦା : ଗାନ୍ଧୀ ଜୟନ୍ତୀରେ ବାଘର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା । ଦେଶରେ ବାଘର ସୁରକ୍ଷା ପାଇଁ ପାଳିତ ହେଉଛି ଆଜାଦି କା ଅମୃତ ମହତ୍ସୋବ। ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବାରିପଦା ଠାରେ ଆଜାଦି କା ଅମୃତ ମହୋତ୍ସୋବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଏକ ଶାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ଏମ ଜୋଗାଯୟା ନନ୍ଦ,ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଅନ୍ୟା ଦାସ ଓ ପିଡ଼ି ଡିଆରଡିଏ ଅନ୍ୱେଷା ରେଡ୍ଡୀ ସବୁଜ ପତାକା ଦେଖାଇ ସାଇକେଲ ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ।

ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ଲୋକମାନଙ୍କ ନିକଟରେ ସଚେତନତା ବାର୍ତ୍ତା ପହଁଚାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ୠଷିକେଶ ଜାନଦେୱ ଖିଲାରୀ, ଡିଏଫଓ ସନ୍ତୋଷ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଟିସିଏ ଆନୁକୁଲ୍ୟରେ ଆନ୍ଧ୍ରପଦେଶରୁ ବାହାରିଥିବା ସଚେତନତା ଫ୍ଲାଗ ବିଭିନ୍ନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିକ୍ରମା କରି ଗତକାଲି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ପହଁଚିଥିଲା । ଏହି ଅବସରରେ ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

 

Leave A Reply

Your email address will not be published.