Latest Odisha News

BREAKING NEWS

ପୁରୀ ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ

ପୁରୀ : ପୁରୀର ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ । ଗାନ୍ଧି ଜୟନ୍ତୀ ଅବସରରେ ବେଳାଭୂମିର ସମସ୍ତ ବ୍ୟବସାୟୀ ସମୁଦ୍ର ବେଳାଭୂମିକୁ ସଫେଇ କରି ନିଆରା ବାର୍ତ୍ତା ଦେଇଥିଲେ । ବ୍ୟବସାୟୀ କହିଛନ୍ତି ଯେ, ବେଳାଭୂମିକୁ ବ୍ୟବସାୟୀମାନେ ସଫା ସୁତୁରା ରଖି ପାରିବେ । ତେଣୁ ସ୍ବଚ୍ଛ ବେଳାଭୂମି ନାଁରେ ବ୍ଲୁ ଫ୍ଲାଗ ବିଚ କରି ପ୍ରଶାସନ ଯେଉଁ ବ୍ୟବସାୟ ଲକ୍ଷ ରଖିଛି, ସେଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛି ଚକ୍ର ତୀର୍ଥ ବ୍ୟବସାୟୀ ବେଳାଭୂମି ମହାସଂଘ ।

ପୁରୀ ବେଳାଭୂମିରେ ପ୍ରଶାସନ ଏକାଧିକ ବ୍ଲୁ ଫ୍ଲାଗ ବିଚ କରି ସେଠାରେ ଉଠା ଦୋକାନୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । ଫଳରେ ବେଳାଭୂମିରେ ବେପାର କରି ରୋଜଗାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ବ୍ୟବସାୟୀ ମହାସଂଘ । ଏହାସହ ବେଳାଭୂମିରେ କୌଣସି ଅବରୋଧ ନ ରଖିବାକୁ ଦାବି କରାଯାଇଛି ।

ଗାନ୍ଧି ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବ୍ୟବସାୟୀ ମହସଂଘ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । ଏହାସହ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୂଳରେ ମଧୁର ପାଣି ବାହାରୁଥିବା ଏକ ଟ୍ୟୁବୱେଲକୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବେଳାଭୂମି ବ୍ୟବସାୟୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.