Latest Odisha News

BREAKING NEWS

ଶହେ ଫୁଟ ଉଚ୍ଚରେ ସାଇକେଲ ଚଳାଇ ଷ୍ଟଣ୍ଟ ଦେଖାଇଲେ ଯୁବକ

ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଅନେକ ଷ୍ଟଣ୍ଟର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୋଟିଏ ପରେ ଗୋଟିଏ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖାଯାଏ । ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ହୋଇଥାଏ ଯେ, ଏହାକୁ ଦେଖିବା ପରେ ଦର୍ଶକଙ୍କ ନିଶ୍ୱାସ ମଧ୍ୟ ଅଟକି ଯାଏ । କିନ୍ତୁ ଯେଉଁମାନେ ଏହାକୁ କରନ୍ତି ସେମାନଙ୍କ ସାହସକୁ ଧନ୍ୟବାଦ ଦେବା କଥା । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଏପରି ଷ୍ଟଣ୍ଟ କରିଛନ୍ତି ଯାହାକୁ ଆପଣ କେବେ ବି ଦେଖି ନ ଥିବେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଶହେ ଫୁଟ ଉଚ୍ଚରେ ପାରାଚ୍ୟୁଟ୍‌ରେ ଉଡୁଛନ୍ତି । ସେଥିରେ ସେ ତାଙ୍କ ଷ୍ଟଣ୍ଟ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିଛନ୍ତି । ସେହି ଛୋଟ ଏୟାର ପ୍ଲାଟଫର୍ମରେ ବ୍ୟକ୍ତି ଜଣକ ସାଇକେଲ ଚଲାଇ ଷ୍ଟଣ୍ଟ କରିବା ଆରମ୍ଭ କରନ୍ତି । ଯେମିତି ଲାଗୁଛି ସେ ରାସ୍ତାରେ ସାଇକେଲ ଚଲାଇ ଷ୍ଟଣ୍ଟ ଦେଖାଉଛନ୍ତି । ଏହାକୁ ଦେଖିଲେ ଆପଣ ଭାବି ପାରିବେ ଟିକେ ଅସାବଧାନତା ତାଙ୍କୁ ମରଣମୁହଁକୁ ଠେଲିଦେଇପାରେ । ଏହି ଷ୍ଟଣ୍ଟକୁ ଲୋକେ ଦେଖିବା ପରେ ସେହି ବ୍ୟକ୍ତିଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Comments are closed.