Latest Odisha News

BREAKING NEWS

ଅତ୍ୟଧିକ ମୋଟାପଣ ଗର୍ଭପାତର ମୁଖ୍ୟ କାରଣ….

ବିବାହ ପରେ ମା ହେବା ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଖୁସି ଓ ସୌଭାଗ୍ୟର କଥା ହୋଇଥାଏ । ସନ୍ତାନଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଯେତିକି ଉତ୍ସାହିତ ହୋଇଥାଆନ୍ତି ତା’ଠୁ ଅଧିକ ଉତ୍ସାହିତ ଥାଆନ୍ତି ପରିବାର ଲୋକେ । କିନ୍ତୁ ଏହି ଖୁସି ଗର୍ଭପାତ କାରଣରୁ ଦୁଃଖରେ ପାଲଟି ଯାଏ । ପୂରା ପରିବାର ମୁହଁରୁ ହସ ଛଡ଼ାଇ ନେଇଥାଏ । ସେତେବେଳେ ମା’ ମନରେ ଗୋଟାଏ ପ୍ରଶ୍ନ ଆସେ ଏପରି କାହିଁକି ଘଟିଲା । ଏଣୁ ଆଜି ଆମେ ଗର୍ଭପାତରୁ ରକ୍ଷା ପାଇବା ପାଇଁ କିଛି ଖାସ ସର୍ତକତା ଅବଲମ୍ବନ କରିବା କଥା କହିବାକୁ ଯାଉଛୁ ।

ଆଜିକାଲି ଅନେକ ମହିଳାମାନେ ମଦ୍ୟପାନ ଏବଂ ସିଗାରେଟରେ ଅଭ୍ୟସ୍ତ। ଯଦି ଗର୍ଭବସ୍ଥା ସମୟରେ ସେହି ଅଭ୍ୟାସ ଜାରି ରଖନ୍ତି ତେବେ ସେମାନଙ୍କର ଗର୍ଭପାତ ହେବାର ଭୟ ବଢିଯାଇଥାଏ । ତମ୍ବାଖୁ ଏବଂ ଆଲକହଲ ଆଦି ଗର୍ଭରେ ବଢୁଥିବା ଭୃଣକୁ କ୍ଷତି ପହଞ୍ଚାଇଥାଏ।

ଯଦି ଆପଣ ଅତ୍ୟଧିକ ମୋଟା ହୋଇଥାନ୍ତି ଏହା ଦ୍ବାରା ଆପଣଙ୍କ ଗର୍ଭପାତ ହେବାର ଭୟ ବଢିଯାଇଥାଏ। ସିଡିସି ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ମହିଳାମାନେ ଗର୍ଭବତୀ ହେବା ପୂର୍ବରୁ ଅତ୍ୟଧିକ ମୋଟା ହେବାର ଶିକାର ହୋଇଥାନ୍ତି। ଯାହା ପରବର୍ତ୍ତୀ ସମୟରେ ସଙ୍କଟାପନ୍ନ ପରିସ୍ଥିତି ଦେଖାଦେଇଥାଏ ।

ମା ହେବା ସମୟରେ ଯଦି ଶରୀରରେ କୌଣସି ପ୍ରକାର ହରମୋନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ, ତେବେ ଏହା ଗର୍ଭପାତର କାରଣ ପାଲଟିଥାଏ । ଏହା ବ୍ୟତୀତ ମଧୁମେହ, କିଡିନି ରୋଗ ବା ଥାଇରଏଡ ରୋଗ ହେବା ଦ୍ବାରା ଗର୍ଭପାତ ହେବାର କାରଣ ହୋଇଥାଏ।

ତେବେ ଗର୍ଭବତୀ ହେବା ସମୟରେ ମା’ର ବୟସ ସୀମା ସହିତ ଗଭୀର ସମ୍ବନ୍ଧ ରହିଥାଏ। କାରଣ ୩୦ ବର୍ଷ ପରେ ଗର୍ଭପାତ ହେବାର ଭୟ ଅଧିକ ଦେଖା ଦେଇଥାଏ।

 

Leave A Reply

Your email address will not be published.