Latest Odisha News

BREAKING NEWS

Cyclone Alert:ଆଜି ବାତ୍ୟା ସମ୍ଭାବନା;ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର:ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆଜି ବାତ୍ୟା, ଆସନ୍ତାକାଲି ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ବାତ୍ୟା ରୂପ ନେବା ପରେ ଏହାର ନାମ ‘ଅକ୍‌ଭାନ୍‌’ ରଖାଯିବ। ଫଳରେ ନଭେମ୍ବର ୧୮ରୁ ୨୦ ସୁଦ୍ଧା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

ବାତ୍ୟାର ଗତିପଥ ,ସମ୍ଭାବ୍ୟ ବାତ୍ୟା କେଉଁ ଦିଗରେ ରହିବ, କେତେ ଶକ୍ତିଶାଳୀ ହେବ ଏବଂ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ଆଜି ସ୍ପଷ୍ଟ ହେବ ।

ଆନ୍ଧ୍ରମୁହାଁ ହେଉଥିଲେ ମଧ୍ୟ ଓଡ଼ିଶାରେ ପ୍ରଭାବ ପଡିବ। ନଭେମ୍ବର ୧୯ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ଗଜପତି,ଗଞ୍ଜାମ ଓ ପୁରୀ । ବାକି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୦ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି, ୨୧ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ସରକାର । ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.