Latest Odisha News

BREAKING NEWS

ଆସୁଛି ବାତ୍ୟା, ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :ଆସୁଛି ବାତ୍ୟା ଏହି ସମୟରେ ବର୍ଷା କୁ ନେଇ ଆଲର୍ଟ ଜାରି କଲାପାଣି ପାଗ ବିଭାଗ । ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରୀ ସକ୍ରିୟ ହେଉଛି । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ଫଳରେ ୩ ଡିସେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ୩ ତାରିଖରେ ଗଜପତି, ଗଞ୍ଜାମ,ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ରୁ ଅତିପ୍ରବଳ ବର୍ଷା ହେବ, ତେଣୁ ଏହି ସବୁ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ପ୍ରଶାସନକୁ ଅଞ୍ଚଳ ଗୁଡିକୁ ଦୃଷ୍ଟି ଦେବା ପାଇଁ କୁହାଯାଇଛି ।

ଅନ୍ୟପେଟେ ୪ ତାରିଖରେ ମଧ୍ୟ ଏହି ସବୁ ଜିଲ୍ଲା ଗୁଡିକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହା ସହ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ  । କୋରାପୁଟ ରାୟଗଡା,କନ୍ଧମାଳ,ନୟାଗଡ,କଟକ,ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା କେନ୍ଦ୍ରୀୟ ଉପକୂଳ ବର୍ତ୍ତୀ ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାକୁ ଏହି ସାତଟି ଜିଲ୍ଲାକୁ ୪ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି,ଯାଜପୁର,ବାଲେଶ୍ୱର ଏବଂ ଭଦ୍ରକ ଉତ୍ତର ଓଡିଶାର ତିନୋଟି ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ମାଲକାନଗିରି ୪ ଟି ଜିଲ୍ଲାକୁ ୪ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ଯେତେବେଳେ ଆସି ଉପକୂଳରେ ପହଁଞ୍ଚିବ ସେତେବେଳେ ସମୁଦ୍ରଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛିା ୫ ତାରିଖରେ ଉତ୍ତର ଓଡିଶା ସହତି ଉପକୂଳର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ଏହି ସମୟରେ ପ୍ରଶାସାନ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.