ଭୁବନେଶ୍ୱର: ବାତ୍ୟା ୟସ୍ ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବରିଷ୍ଠ ଅଧିକାରୀ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଜାଗ ଅଛନ୍ତି ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଆଜି ପ୍ରଭାବିତ ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବ ଉଦ୍ଧାରକାରୀ ଦଳ । ସାଙ୍ଗରେ ନିଜ ନିଜର ସରଞ୍ଜାମ ନେଇ ବାହାରିବେ । ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନଡିଆରଏଫ୍, ୬୬ଟି ଓଡ୍ରାଫ ସହ ଅଗ୍ନିଶମ ବାହିନୀର ୧୭୭ଟି ଟିମ୍ ମୁତୟନ ରହିବେ ।

ବିଭିନ୍ନ ଜିଲ୍ଲାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ଆଜି ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା ପାଇବା ପରେ ଆରମ୍ଭ ହୋଇପାରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଆଶ୍ରୟସ୍ଥଳ ବି ଚିହ୍ନଟ ହୋଇଛି । ବିଶେଷ କରି କରୋନା ସମୟରେ ବାତ୍ୟା ମୁକାବିଲା ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାରେ ୧୨ଶହ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୭୦୦, କେନ୍ଦ୍ରାପଡ଼ାରେ ୯୭୦ ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟ ସ୍ଥଳଚିହ୍ନଟ କରି ରଖାଯାଇଛି । ଏଥିସହ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ୟ୍ୟ, ରିଲିଫ ସାମଗ୍ରୀ, ଔଷଧ, ପାନୀୟ ଜଳ ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି ।
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.