Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ଅମ୍ଫାନର ପ୍ରଭାବ; ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ

ଭୁବନେଶ୍ୱର: ଅତି ଭୟଙ୍କର ହୋଇ ସ୍ଥଳପଥକୁ ମାଡ଼ି ଆସୁଛି ବାତ୍ୟା ଅମ୍ଫାନ । ଅମ୍ଫାନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ।

ପାଣିପାଗ ବିଭଗର ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନ ସୁଦ୍ଧା ଏହା ପଶ୍ଚିମବଙ୍ଗ ସ୍ଥିତ ସୁନ୍ଦରବନ ଠାରେ ମାଡ଼ ହେବ ।

ଏହା ବର୍ତ୍ତମାନ ପାରାଦୀପ ଠାରୁ ୧୮୦ କ.ମି ଦୂରରେ ରହିଛି ।  ଅମ୍ଫାନ୍ ସ୍ଥଳଭାଗ ଛୁଇଁ ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବା ନେଇ  ଅନୁମାନ କରାଯାଇଛି ।

ତେବେ ବାତ୍ୟା ପ୍ରଭାବରେ ଭୋଗରାଇ, ତାଳସାରୀ ସମେତ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ ସମେତ ଉପକୂଳରରେ ବାତ୍ୟାର ପ୍ରଭାବ  ଅଧିକ ରହିବ ।

ବେଳକୁ ବେଳ ପବନର ବେଗ ବଢିବ ସହ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ମୁକାବିଲା ପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି ।

ଅନ୍ୟପଟେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Leave A Reply

Your email address will not be published.