Latest Odisha News

BREAKING NEWS

ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ମୁହାଁ। ଏଥିଲାଗି ହାଇଆଲର୍ଟ ଜାରି ରହିଛି। ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ସରକାରଙ୍କୁ କହିଛନ୍ତି। ଏଥିସହିତ ବିଦ୍ୟୁତ୍, ଟେଲିକମ୍, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ଗୁଜୁରାଟ ସରକାରଙ୍କୁ କହିଛନ୍ତି ଅମିତ ଶାହା।

BjdElectrycity

ସାମୁଦ୍ରିକ ବାତ୍ୟା ପୋରବରନ୍ଦରଠାରୁ ୩୦୦ କି.ମି, ଦ୍ୱାରକାଠାରୁ ୨୯୦ କି.ମି ବେଗରେ ଗତି କରୁଛି ବାତ୍ୟା। ଘଣ୍ଟା ପ୍ରତି ଏହା ୮ କି.ମି ବେଗରେ ଗତି କରୁଛି। ଆସନ୍ତା ୧୫ ତାରିଖରେ ଗୁଜୁରାଟ ଉପକୂଳ କଚ୍ଛ ଜିଲ୍ଲାର ଜଖାଉ ବନ୍ଦର ନିକଟରେ ମାଡ଼ ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କି.ମି ରହିବ। ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହିଲାଣି।

ବାତ୍ୟା ଯୋଗୁଁ ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲା ଦେବଭୂମି ଦ୍ୱାରକା, ରାଜକୋଟ, ଜାମନଗର, ଜୁନାଗଡ଼, ପୋରବନ୍ଦର, ଗିର୍ ସୋମନାଥ, ମୋର୍ବି ଓ ଭୋଲସାଡ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାର ଉପକୂଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ସମୁଦ୍ର କୂଳଠାରୁ ୧୦ କି.ମି ଦୂର ଭିତରେ ଥିବା ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ୨୧ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। କଚ୍ଛରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ୬୯ଟି ଟ୍ରେନକୁ ବାତିଲ କରାଯାଇଛି।

ସେହିପରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଡକାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୨୧,୫୯୫ ଡଙ୍ଗା, ୨୭ ଜାହାଜ ଏବଂ ୨୪ ଟି ବଡ ଜାହାଜ ପ୍ରସ୍ତୁତ ହୋଇସାରିଛି।

ସ୍ଥାନାନ୍ତର ଉଦ୍ଦେଶ୍ୟରେ ସମ୍ବେଦନଶୀଳ ଗ୍ରାମଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଘୂର୍ଣ୍ଣିବଳୟ ଦ୍ୱାରା ସମ୍ଭାବ୍ୟ ଅଞ୍ଚଳରେ ୪୫୦ ଡାକ୍ତରଖାନା ଚିହ୍ନଟ କରାଯାଇଛି ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରାଯାଇଛି। ସେପଟେ ଶାହା କହିଛନ୍ତି ଯେ ବାତ୍ୟା ଯୋଗୁଁ କୌଣସି ମୃତାହତ ହେବା ଉଚିତ ନୁହେଁ। ସେ କହିଛନ୍ତି ଯେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ସଂଖ୍ୟକ ଏନଡିଆରଏଫ ଦଳ ନିୟୋଜିତ କରାଯାଇଛି। ଏହା ସହିତ ସେନା, ନୌସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀର ୟୁନିଟକୁ ନିୟୋଜିତ କରାଯାଇଛି।

Leave A Reply

Your email address will not be published.