Latest Odisha News

BREAKING NEWS

ବାତ୍ୟା ବୁଲବୁଲ୍: ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିବା ସହ ଓଡିଶାର ନିକଟତର ହେଉଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ପବନ ସହ ବର୍ଷା ଲାଗି ରହିଛି ।

ବାତ୍ୟା ବୁଲବୁଲ୍ ବର୍ତ୍ତମାନ ସମୟରେ ପାରାଦୀପ ଠାରୁ ପ୍ରାୟ ୧୧୦ କିମି. ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ୭ କିମି. ବେଗରେ ଉତ୍ତର ଦିଗକୁ ଗତି କରୁଥିବା ନେଇ ସୂଚନା ମିଳିଛି ।
ସେହିପରି ଧାମରା ଓ ଚାନ୍ଦବଲିରେ ଘଣ୍ଟାପ୍ରତି ୧୧୦ କିମି. ବେଗରେ ପବନ ବୋହୁଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହାର ପ୍ରଭାବ ଓଡିଶା ଉପରେ ଏତେଟା ନପଡିଲେ ମଧ୍ୟ ଏଥିଯୋଗୁଁ ୯ ଓ ୧୦ ତାରିଖ ବେଳକୁ ଉତ୍ତର-ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଏହାବ୍ୟତିତ ପରିସ୍ଥିତିକୁ ନେଇ ଭୟଭୀତ ନହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ବାତ୍ୟାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାଜ୍ୟର ବହୁ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି ।

Comments are closed.