Latest Odisha News

ବାତ୍ୟା ବୁଲବୁଲ୍: ଆଉ ଏକ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଶୁକ୍ରବାର ଓ ଶନିବାର ଓଡ଼ିଶା ତଥା ପଶ୍ଚିମବଙ୍ଗରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଶୁକ୍ରବାର ଦିନ ଓଡ଼ିଶାର ଆଉ ଏକ ଜିଲ୍ଲାର ସ୍କୁଲ ଗୁଡିକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି।

ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ , ବେସରକାରୀ ସ୍କୁଲ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେହିପରି ଗୁରୁବାର ଦିନ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବାକୁ ଜିଲ୍ଳା ପ୍ରଶାସନ ମାନ ଘୋଷଣା କରିଥିଲେ ।

ଅନ୍ୟପଟେ ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ଓ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ବନ୍ଦ ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଦିଲ୍ଲୀପ ଜେନା ଗୁରୁବାର ଦିନ ସୂଚନା ପ୍ରଦାନ କରିଥିଲେ ।

Comments are closed.