Latest Odisha News

ଉପକୂଳ ଓଡିଶାରେ ଭୟଙ୍କର ରୂପ ନେଉଛି ବାତ୍ୟା ବୁଲବୁଲ୍

ଭୁବନେଶ୍ୱର: ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ପାଖଉଛି ବାତ୍ୟା ବୁଲବୁଲ । ବର୍ତ୍ତମାନ ସୁଦ୍ଧା ବୁଲବୁଲ ପାରାଦୀପଠାରୁ ୯୦ କିମି ଦୂରରେ ରହିଥିବା ସୂଚନା ମିଳିଛି । ବାତ୍ୟା ବୁଲବୁଲ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ।

ବୁଲବୁଲ ଓଡ଼ିଶା ଉପକୂଳ ଦେଇ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ । ଆଜି ରାତିରେ ଏହି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ପ୍ର୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି ।

ଭଦ୍ରକର ଧାମରା ଓ ଚାନ୍ଦବାଲିରେ ୭୦ କିମି ବେଗରେ ବହୁଛି ପବନ, ଚାନ୍ଦବାଲି ବ୍ଲକ୍‌ରେ ୪୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି ।

ବାସୁଦେବପୁର-ଧାମରା ରାସ୍ତାରେ ଗଛ ପଡ଼ିଥିବା ଜଣାପଡ଼ିଛି । ରାସ୍ତା ସଫା କରିବାକୁ ବାସୁଦେବପୁରରୁ ଏନଡିଆରଏଫ ଟିମ୍ ପଠାଯାଇଛି । ବାସୁଦେବପୁର ବ୍ଲକ୍‌ରେ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । ଏନଡିଆରଏଫ ଓ ଓଡ୍ରାଫ ଟିମ ଗଛ କାଟିବା ଓ ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି ।

ସେହିପରି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଅନେକ ଗଛ ଉପୁଡିଥିବା ମଧ୍ୟ ସୂଚନା ମିଳିଛି । ଏହି ସବୁ ସ୍ଥାନରୁ ୨,୫୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.