Latest Odisha News

BREAKING NEWS

ରାଷ୍ଟ୍ରଭକ୍ତିକୁ ମଜବୁତ କରିବ ଅଯୋଧ୍ୟା ରାୟ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟା ଟ୍ୱିଟ କରିଛନ୍ତି ।

ମୋଦି ଟ୍ୱିଟ କରି କହିଛନ୍ତି ଯେ, “ରାମ ଭକ୍ତି କିମ୍ବା ରହିମ ଭକ୍ତି, ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ‘ରାଷ୍ଟ୍ରଭକ୍ତି’ ଭାବନାକୁ ମଜବୁତ କରିଛି । ଆହୁରି ମଧ୍ୟ ସେ କହିଛନ୍ତି ଏହି ରାୟକୁ କାହାର ହାର କିମ୍ବା ଜିତ୍ ହିସାବରେ ଦେଖାଯିବ ନାହିଁ ।


ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାର ରାସ୍ତା ପରିଷ୍କାର କରିବା ସହ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଯୋଗାଇ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩ ମନ୍ଦିର ନିର୍ମାଣ ପାଇଁ ମାସ ମଧ୍ୟରେ କେନ୍ଦ୍ରକୁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ।


ଏହା ଭାରତ ଇତିହାସର ସବୁଠୁ ମହତ୍ୱପୂର୍ଣ୍ଣ ଓ ବହୁପ୍ରତୀକ୍ଷିତ ରାୟ ମାନଙ୍କ ମଧ୍ୟରୁ ଗୋଟିଏ । ବର୍ଷ ବର୍ଷରୁ ଚାଲି ଆସୁଥିବା ଏହି ବିବାଦକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମାପ୍ତ କରିବାରେ ସଫଳ ହୋଇଛି।

Leave A Reply

Your email address will not be published.