ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଛାରଖାର କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ବାତ୍ୟା ବିପନ୍ନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏବେ ଅଦାନି ଗ୍ରୁପ୍, ଆଇସିଆଇସିଆଇ ବ୍ୟାଙ୍କ ଓ ଇମ୍ଫା ଗ୍ରୁପ୍ ସହାୟତାର ହାତ ହାତ ବଢାଇଛନ୍ତି।
To bolster #Odisha’s efforts towards rebuilding and restoration, post #CycloneFani, Adani Ports & @ICICIBank donated ₹25Cr & ₹10Cr each to CMRF. @BankOfIndia_IN contributed ₹25 lakh while Equipage Infracore employees donated their day's salary for the cause. pic.twitter.com/XRMxFFw8DZ
— CMO Odisha (@CMO_Odisha) May 7, 2019
ଅଦାନି ଗ୍ରୁପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରାଯାଇଛି। ଏହି ଅର୍ଥ .ଚେକ ଆକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି ଅଦାନି ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନିଙ୍କ ପୁଅ।
ସେହିପରି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀମାନେ ମଧ୍ୟ ୩୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି।
. @subhrakantpanda Chairman, FICCI Odisha State Council & MD, IMFA appealed to corporates to step forward & help those affected by #CycloneFani – @IMFALtd has contributed ₹75 lakhs besides helping at the local level. pic.twitter.com/wGkyJ9GtCQ
— IMFA Ltd (@IMFALtd) May 7, 2019
ଆହୁରି ମଧ୍ୟ ବାତ୍ୟା ବିପନ୍ନଙ୍କ ସ୍ଥିତିରେ ସୁଧାର ଆଣିବା ଇମ୍ଫା ପକ୍ଷରୁ ମଧ୍ୟ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ଇମ୍ଫା ।
Comments are closed.