Latest Odisha News

BREAKING NEWS

ବାତ୍ୟା ‘ଫନି’ ପରେ ସ୍ୱାଭାବିକ ହେଉଛି ରେଳସେବା, ଗଡିଲା ପୁରୀ-ଖୋର୍ଦ୍ଧା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ କେତେକାଂଶରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

ବର୍ତ୍ତମାନ ସମୟରେ ଓଡିଶାରେ ଟ୍ରେନ୍ ଚଳାଚଳ ଧିରେଧିରେ ସ୍ୱାଭାବିକ ହେଉଥିବାବେଳେ ପୁରୀ ରେଲୱେ ଷ୍ଟେସନ୍ ପରିସ୍ଥିତିରେ ସେତେଟା ସୁଧାର ଆସିନାହିଁ । ଏହି ଅବସରରେ ଆଜି ଟ୍ରାଏଲ୍ ବେସିସରେ ପୁରୀରୁ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଅନେକ ବାଧାବିଘ୍ନ ପରେ ରେଳବାଇ ପକ୍ଷରୁ ଟ୍ରାଏଲ୍ ରନରେ ଚାଲିଥିବା ସ୍ପେଶାଲ ଟ୍ରେନ ଗତକାଲି ଖୋର୍ଦ୍ଧାରୋଡରୁ ଆସି ପୁରୀରେ ପହଞ୍ଚିଥିଲା। ସେହିଭଳି ଆଜି ଅନ୍ୟଏକ ସ୍ପେଶାଲ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ପୁରୀ ଅଭିମୁଖେ ଗସ୍ତ କରିଥିବା ନେଇ ଜଣାପଡିଛି।

Comments are closed.