Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’: ରିଲିଫ୍ ଓ ସହାୟତା ଲାଗି ୫ଟି ଜିଲ୍ଲାରେ ୫ଆଇଏଏସଙ୍କୁ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ରାଜ୍ୟ ସରକାର ବୁଧବାର ଦିନ ୫ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୫ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଯାହାଫଳରେ ସାମୁଦ୍ରିକ ଝଡ ‘ଫନି’ ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବା ଏହି ସବୁ ଜିଲ୍ଲାରେ ରିଲିଫ୍ ଓ ପୁର୍ନରୁଦ୍ଧାର କାର୍ଯ୍ୟ ସୁଚାରୂ ରୂପେ ପରିଚାଳନା କରାଯାଇପାରିବ ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଚିଫ୍ ସେକ୍ରେଟାରୀ ସୁରେଶ ମହାପାତ୍ର ପୁରୀରେ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସିପଲ୍ ସେକ୍ରେଟାରୀ ପ୍ରଦୀପ୍ତ ମହାପାତ୍ର ଜଗତସିଂହପୁରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଜଳ ସମ୍ପଦ ବିଭାଗର ପ୍ରିନ୍ସିପାଲ୍ ସେକ୍ରେଟାରୀ ପ୍ରଦୀପ ଜେନାଙ୍କୁ କେନ୍ଦ୍ରାପଡ଼ାରେ ଦାୟିତ୍ୱ ମିଳିଛି ।

ଆହୁରି ମଧ୍ୟ ଅନୀଲ ସାମଲ ଯାଜପୁରରେ ଓ ବଲୱନ୍ତ ସିଂହଙ୍କୁ ବାଲେଶ୍ୱରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.