Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’ ଲାଗି ଘୁଞ୍ଚିଲା ବିପିୟୁଟି ପରୀକ୍ଷା

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶାର ନିକଟତର ହେଉଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିପିୟୁଟି ଶିକ୍ଷାନୁଷ୍ଠାନ ଅଧିନରେ ଥିବା ୧୬୪ଟି କଲେଜର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।

ଏନେଇ ବିପିୟୁଟି କର୍ତ୍ତୃପକ୍ଷ ବୁଧବାର ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଜାରି ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ବେଳେ ଏହି ପରୀକ୍ଷା ଯଥ।କ୍ରମେ ମେ’ ୨୫, ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.