Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ଲାଗି ‘ଭିତରକନିକା ଜାତୀୟ ଉଦ୍ୟାନ’ ବନ୍ଦ

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।

ଏହି ଅବଧି ମଧ୍ୟରେ ଭିତରକନିକାକୁ ଦେଶବିଦେଶର ସମସ୍ତ ପର୍ଯ୍ୟଟକଙ୍କ ପରିଭ୍ରମଣ ଲାଗି ନିଷିଦ୍ଧ କରାଯାଇଛି ।

ଏହି ସମୟରେ କୁମ୍ଭୀରମାନେ ଅଣ୍ଡାକୁ ସୁରକ୍ଷା ଦେବାକୁ ଯାଇଁ ଅତ୍ୟଧିକ ହିଂସ୍ର ହୋଇଯାଇଥାନ୍ତି । ଆହୁରି ମଧ୍ୟ କୁମ୍ଭୀରମାନେ ହିଂସ୍ର ହୋଇ ଯେକୌଣସି ସମୟରେ ବାହ୍ୟଶତ୍ରୁ କିମ୍ବା ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ଭିତରକନିକାରେ ପର୍ଯ୍ୟଟକଙ୍କ ପରିଭ୍ରମଣକୁ ନିଷିଦ୍ଧ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.