Latest Odisha News

BREAKING NEWS

ଜୋରଦାର୍ ଚାଲିଛି ରିଲିଫ୍ ଓ ପୁନଃରୁଦ୍ଧାର କାର୍ଯ୍ୟ, ଅନେକ ଅଞ୍ଚଳରେ ସ୍ୱାଭାବିକ ଚାଲୁ ହେଲା ବିଦ୍ୟୁତ ସେବା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ବିଧ୍ୱସ୍ତ ରାଜଧାନୀର କଳେବର ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି, ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ଚାଲୁ ହୋଇ ଯାଇଥିବାରୁ ସେଠାରେ ସ୍ଥାନୀୟ ବାସିନ୍ଦା ଆସ୍ୱସ୍ତ ହୋଇଛନ୍ତି । ମାତ୍ର ଅନେକ ଯାଗାରେ ପ୍ରଶାସନ ପହଞ୍ଚିପାରିନାହିଁ । ବିଏସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିବା ଫଳରେ ବିଦ୍ୟୁତ ଓ ପାନୀୟ ଜଳର ସମସ୍ୟା ଖୁବ୍ ଶିଘ୍ର ଦୁରେଇଯିବ ବୋଲି ସ୍ଥାନୀୟ ବାସିିନ୍ଦା ଆଶା ପ୍ରକାଶ କରିଛନ୍ତି ।

ରାଜଧାନୀର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳମାନଙ୍କରେ ଗତକାଲି ସୁଦ୍ଧା ପ୍ରଶାସନ ପକ୍ଷରୁ ପ୍ରାୟ ୮୦ ହଜାର ହିତାଧିକାରୀଙ୍କୁ ୨,୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇ ପାରିଛି ।

ଭୁବନେଶ୍ୱରର ସହରତଳି ତଥା ରାଜଧାନୀ ଉପକଣ୍ଠସ୍ଥ ଅନେକ ଅଞ୍ଚଳରେ ରାସ୍ତା ଉପରେ ପଡ଼ିରହିଥିବା ଗଛଡ଼ାଳ ତଥା ଉପୁଡ଼ିଯାଇ ରାସ୍ତା ଅବରୋଧ କରିଥିବା ଗଛ ଗୁଡ଼ିକୁ ସଫା ସୁତୁରା କରିବାକୁ ପ୍ରାୟ ୫୦୦ରୁ ଅଧିକ ଟ୍ରାକ୍ଟର ଓ ଜେସିବି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଏହି ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବା ଯୋଗୁଁ ଆସନ୍ତା ୨ ଦିନ ଭିତରେ ନିଶ୍ଚିତ ରୂପେ ଭୁବନେଶ୍ୱରର ସ୍ଥିତି ସ୍ୱାବାଭିକ ଅବସ୍ଥାକୁ ଫେରିଆସିବ ବୋଲି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ବିଏମସି କର୍ତ୍ତୃପକ୍ଷ ।

ଇତିମଧ୍ୟରେ ରାଜଧାନୀର ଅନେକ ଅଞ୍ଚଳରେ ଆଜି ବିଦ୍ୟୁତ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି । ପୂର୍ବରୁ ଗତକାଲି ଏବଂ ପହରଦିନ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିଛି । ତେବେ ଶୁକ୍ରବାର ଦିନ ଯେଉଁସବୁ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିଛି ସେହିସବୁ ଅଞ୍ଚଳ ଗୁଡ଼ିକ ହେଲା – ସିବିଆଇ ଅଫିସ ଅଞ୍ଚଳ, କଲ୍ୟାଣୀ କମ୍ପେ୍ଲକ୍ସ, ପାୱାର୍ ହାଉସ ଅଞ୍ଚଳ, ୟୁନିଟ ୫ସ୍ଥିତ କାର୍ଯ୍ୟାଳୟ ଅଞ୍ଚଳ, ଓୟୁଏଟି ଏରିଆ, ଶକ୍ତି ଥାନା ଅଞ୍ଚଳ, କମିଶନରେଟ ପୋଲିସ ଏରିଆ, ଅଶୋକ ନଗର, ଜନପଥର ରାସ୍ତାଞ୍ଚଳ, ମାର୍କେଟ ବିଲ୍ଡିଂ ଏରିଆ, ଇଡ଼କୋ ତଥା ସୂଚନା ଭବନ ଅଞ୍ଚଳ ।

ସେହିପରି ରାଜଧାନୀର ବ୍ୟସ୍ତବହୁଳ ବାପୁଜୀ ନଗର ଅଞ୍ଚଳ, ଫରେଷ୍ଟ ପାର୍କ ତଥା ଏହାର ପାରିପାଶ୍ୱର୍ିକ ଅଞ୍ଚଳ, ଗଙ୍ଗନଗର, ମଧୁସୁଦନ ନଗର, ଶାସ୍ତ୍ରୀନଗର, ୟୁନିଟ ୨ରେ ଥିବା କାର୍ଯ୍ୟାଳୟ ଏବଂ ଗିରିଦୁର୍ଗା ଅଞ୍ଚଳରେ ଶୁକ୍ରବାର ଦିନ ବିଦ୍ୟୁତ ସେବା ସ୍ୱାଭାବିକ ଅବସ୍ଥାକୁ ଆସିଯାଇଛି ।

ରାଜଧାନୀର ପାଣିଟାଙ୍କି ଏରିଆ, ମେଘଦୂତ ହୋଟେଲ, ମାର୍କେଟ ଏରିଆ, କଲ୍ୟାଣମଣ୍ଡପ, ରେଲୱେ ଷ୍ଟେସନର ସମସ୍ତ ଅଞ୍ଚଳ, ମହର୍ଷି କଲେଜ ଅଞ୍ଚଳ, ରୁପାଲି ଛକର ଆଖପାଖ ଅଞ୍ଚଳ, ଜଗନ୍ନାଥ ହସ୍ପିଟାଲ ଅଞ୍ଚଳ ଏବଂ ସହିଦ ନଗର ଅଞ୍ଚଳରେ ବିଦ୍ୟୁତ ଶକ୍ତି ଆସିବା ସହିତ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.