Latest Odisha News

BREAKING NEWS

ବାତ୍ଯା ଫେଙ୍ଗଲ ପ୍ରଭାବ; ରାସ୍ତାରେ ଭାସୁଛି ବସ୍

ଚେନ୍ନାଇ: ଦକ୍ଷିଣ ଭାରତରେ ବାତ୍ଯା ଫେଙ୍ଗଲ୍ ଅନେକ କ୍ଷୟକ୍ଷତି ଘଟାଇଛି। ଗତ ରବିବାର ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ପହଞ୍ଚିବା ପରେ ଏହା ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଥିଲା।

ଖବର ଅନୁଯାୟୀ, ଗତ ଶନିବାର ଏବଂ ରବିବାର ଦିନ ଏହି ବାତ୍ଯା ଯୋଗୁଁ ହୋଇଥିବା ବର୍ଷା ପୁଡୁଚେରୀରେ ରେକର୍ଡ ଭାଙ୍ଗିଛି। ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି। ଗୋଟିଏ ପଟେ ରାସ୍ତାରେ ଗାଡି ଭାସୁଥିବା ବେଳେ ଅନ୍ୟ ପଟେ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ି ରହିଥିଲା। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଳ ସ୍ତର ବଢିବା ଯୋଗୁ ବସ୍ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ବସ୍ ଗୁଡିକ ଭାସିଯାଇଥିଲା।

ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଗତ ୧୪ ଘଣ୍ଟାରୁ ଅଧିକ ସମୟ ହେବ ଲଗାଣ ବର୍ଷା ଜାରି ରହିଛି। ଖାଲି ବସ ନୁହେଁ କାର୍ ଓ ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ଯ ଭାସୁଥିବା ନଜର ଆସିଥିଲା।

Comments are closed.