ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଜୱାଦ୍ । ଆଜି ରାତିରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସକାଳୁ ଜୱାଦ୍ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ । ଏହି ସମୟରେ ସର୍ବାଧିକ ୭୦କିମି ବେଗରେ ପବନ ବହିପାରେ ।
ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନି । ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମି.ମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ପୁରୀ ଓ ଗୋପାଳପୁରରେ ୪୫ମି.ମି ବର୍ଷା ରେକର୍ଡ଼ କରାଯାଇଛି । ଆଜି ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ଅଧିକ ବର୍ଷା ହେବାର ସମ୍ଭା ବନା ରହିଛି । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଆଜି ଓ ଆସନ୍ତାକାଲି ମେଘୁଆ ପାଗ ସହ ବର୍ଷା ହୋଇପାରେ ।
Comments are closed.