Latest Odisha News

BREAKING NEWS

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖ ସକାଳେ ଓଡିଶା ଉପକୂଳକୁ ଛୁଇଁବ

ଭୁବନେଶ୍ୱର : ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରଛି ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାପରେ ଦୁଇ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଏହାପରେ ୨୪ ଘଣ୍ଟାରେ ଆହୁରୀ ଘନିଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସାମୁଦ୍ରିକ ଝଡରେ ପରିଣତ ହେବ । ୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଆନ୍ଧ୍ର ପ୍ରଦେଶ ଓ ଓଡିଶା ଉପକୂଳରେ ପହଁଞ୍ଚିବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।

ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡିଶାର ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ,ଜଗତସିଂହପୁର,ଗଞ୍ଜାମ, ନୟାଗଡ,କେନ୍ଦ୍ରାପଡା,ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ । ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି ।

Leave A Reply

Your email address will not be published.