Latest Odisha News

BREAKING NEWS

[ଭିଡ଼ିଓ]୫୭ବର୍ଷରେ ପଦାର୍ପଣ କରିଛି ବିଏସଏଫ ବା ସୀମା ସୁରକ୍ଷା ବାହିନୀ

ଭୁବନେଶ୍ୱର: ଆଜି ବିଏସଏଫ ବା ସୀମା ସୁରକ୍ଷା ବାହିନୀ ୫୭ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏଫର କାର୍ଯ୍ୟ ଓ ଓଡ଼ିଶାରେ ମାଓ ଦମନ କ୍ଷେତ୍ରରେ ବିଏସଏଫର ଭୂମିକା ବର୍ଣ୍ଣନା କରିଛନ୍ତି ବିଏସଏଫ ଆଇଜି । ୧୯୬୫ ଡ଼ିସେମ୍ବର ପହିଲାରେ ଭାରତର ସୀମା ସୁରକ୍ଷା ପାଇ ଗଠନ ହୋଇଥିଲା ବିଏସଏଫ । ପ୍ରଥମେ ୨୫ପ୍ଲାଟୁନ ବିଏସଏଫ ଫୋର୍ସ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ବର୍ତ୍ତମାନ ଦେଶରେ ୧୯୩ ବାଟାଲିୟନ ଫୋର୍ସ ମୁତୟନ ଅଛନ୍ତି ।

ସାରା ଦେଶର ୬୩୯୫କିମି ସୀମାର ସୁରକ୍ଷା ଦାୟିତ୍ୱରେ ରହିଛି ବିଏସଏଫ । ଏହା ଛଡ଼ା ଦେଶ ଭିତରେ ମାଓବାଦୀଙ୍କ ଦମନ କ୍ଷେତ୍ରରେ ଓ ନିର୍ବାଚନ ସମୟରେ ମଧ୍ୟ ବିଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ୨୦୧୦ମସିହାରେ ଓଡ଼ିଶାରେ ମୁତୟନ ହୋଇଥିଲା ବିଏସଏଫ । ସେତେବେଳେ ୫ପ୍ଲାଟୁନ ବିଏସଏଫ ମୁତୟନ ଥିଲେ । ଏବେ ରାଜ୍ୟରେ ୮ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।

୨୦୧୮ ମସିହାରେ ଗୁରୁପ୍ରିୟ ସେତୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ୧୫୧ଗ୍ରାମର ୩୦ହଜାର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡ଼ା ଯାଇପାରିଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବ୍ରିଜ, ରାସ୍ତା ଓ ଟାୱାର ତିଆରିରେ ରାଜ୍ୟ ସରକାରଙ୍କୁ ସହାୟତା କରିଛି ବିଏସଏଫ । ବିଏସଏଫ ଏପର୍ଯ୍ୟନ୍ତ ୬୩ଜଣ ନକ୍ସଲଙ୍କୁ ଏନକାଉଣ୍ଟରରେ ନିପାତ କରିଛି । ୭୯୦ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚଳିତବର୍ଷ ୯ଜଣଙ୍କୁ ନିପାତ କରାଯାଇଥିବାବେଳେ ୬ଜଣଙ୍କୁ ଗିରଫ କରାଯାଇଛି । ଆନ୍ଧ୍ର-ଓଡ଼ିଶା ଓ ଆନ୍ଧ୍ର-ଛତିଶଗଡ଼ ସୀମା ଉପରେ ବିଏସଏଫର ନଜର ରହିଛି । ପ୍ରତିଦିନ ଏସଓଜି ସହ ମିଳିତ ଅପରେସନ କରାଯାଇଛି । ଶାନ୍ତି ସ୍ଥାପନ ସହ ବିକାଶ କାର୍ଯ୍ୟରେ ନିୟୋଜିତ ରହିବା ସହ କୋଭିଡ଼ ସମୟରେ ମଧ୍ୟ ଲୋକଙ୍କୁ ସେବା ଯୋଗାଇଛି ବିଏସଏଫ ।

Leave A Reply

Your email address will not be published.