Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା କୁଆଡେ ଯିବ ? କେଉଁ ଦିଗକୁ ମୁହାଁଇବ ? ପୂର୍ବାନୁମାନ କଲେ ବିଭିନ୍ନ ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି ।

ଆଇଏମଡି ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି, ଏହି ବାତ୍ୟା ଓଡ଼ଶା-ପଣ୍ଚିମ ବଙ୍ଗ ମଝିରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।ପ୍ରାୟତଃ ଏହା ମେ ୭ ତାରିଖରୁ ୯ ତାରିଖ ମଧ୍ୟରେ ଲାଣ୍ଡଫଲ କରିପାରେ ।

ଆଇଏମଡିର କହବା ଅନୁଯାୟୀ, ମେ ୬ ତାରିଖଣେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇପାରେ  । ଏହାର ପ୍ରଭାବରେ ଲଘୁଚାପ ହୋଇପାରେ ।  ମେ’ ୮ ତାରିଖରେ  ଏହା ଅବପାତର ରୂପ ନେଇପାରେ । ଏହାପରେ ବାତ୍ୟା ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପ ସଗାରର ଉତ୍ତର ଦିଗକୁ ଗତି କରିପାରେ । ତେବେ ଲଘୁଚାପ ହେବା ପରେ ହିଁ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି ।

ଅନ୍ୟପକ୍ଷେ   ଲଘୁଚାପ ପରେ ହିଁ ବାତ୍ୟା ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ଆଇଏମଡି ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି  କହିଛନ୍ତି, ବାତ୍ୟା କେଉଁଆଡ଼େ ଯିବ, କେତେ ତୀବ୍ରତା ରହିବ, ପୂର୍ବାନୁମାନ ହୋଇନି । ‘ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସ୍ପଷ୍ଟ ସୂଚନା ଦେଇପାରିବୁ’  । ଶ୍ରୀ ମହାପାତ୍ର ଆହୁରି କହିଛନ୍ତି,  ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ନେଇ ଆମେ ଏଯାଏ କିଛି କହିନୁ । ଲଘୁଚାପ ସୃଷ୍ଟି ହେଲା ପରେ ଏହାର ପ୍ରଭାବ ସଂପର୍କରେ କହିହେବ।

ତେବେ ବିଭିନ୍ନ ପାଣିପାଗ ବିଭାଗ ଏହି ବାତ୍ୟାକୁ ନେଇ ପୂର୍ବାନୁମାନ କରିଛନ୍ତି । ଆଇଏମଡି-ଜିଏଫଏସ ୱେଦର ମଡେଲ ପକ୍ଷରୁ ଗୁରୁବାର କୁହାଯାଇଛି, ୯ ତାରିଖରେ ଏହା ବାତ୍ୟା ରୂପ ନେଇ ବାଂଗ୍ଲାଦେଶ-ମ୍ୟାମାର ଉପକୂଳ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଉଛି ।  ସେହିପରି ୟୁରୋପିଆନ ପାଣିପାଗ କେନ୍ଦ୍ର ECMWF ପକ୍ଷରୁ କୁହାଯାଇଛି, ମେ ୧୦ ତାରିଖରେ ଏହା ବାତ୍ୟା ରୂପ ନେଇପାରେ । ଏହା ଗତିପଥ ପରିବର୍ତ୍ତନ କରି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ମ୍ୟାମାଁର ଆଡକୁ ମୁହାଁଇବାର ଅନୁମାନ କରାଯାଉଛି ।

ସେହିପରି ଆମେରିକା ଜିଏଫଏସ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଆଡାକୁ ମୁହାଁଇବା ଆଶଙ୍କା ରହିଛି ।

 

Leave A Reply

Your email address will not be published.