Latest Odisha News

BREAKING NEWS

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ ।

ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ ଦିନରେ ଗାଧୋଇବା ବେଳେ ୪ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସମୁଦ୍ରରେ ବୁଡ଼ି ହୋଇଥିଲା । ମାର୍ଚ୍ଚ ୩ ତାରିଖରେ ବାପାପୁଅ ଗାଧୋଇବା ବେଳେ ଉଚ୍ଚ ଜୁଆର ସେମାନଙ୍କୁ ଭସାଇ ନେଇଥିଲା । ଉଭୟଙ୍କ ବୟସ ଯଥାକ୍ରମେ ୫୦ ଓ ୧୬ ବର୍ଷ ହୋଇଥିବା ବେଳେ ସେମାନ ପଶ୍ଚିମବଙ୍ଗ ହାୱଡ଼ାର ।

ତାର ଦିନକ ପରେ ସେହି ସ୍ଥାନରେ ୪ ତାରିଖରେ ପଶ୍ଚିମବଙ୍ଗ ହୁଗୁଳିର ଅରିନ୍ଦମ ଦାସଙ୍କ ସହ ଆଉ ଜଣେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ସୂଚନାଯୋଗ୍ୟ, ପୂର୍ଣ୍ଣିମା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ ।

Leave A Reply

Your email address will not be published.