ଖୋର୍ଦ୍ଧା : ବାତ୍ୟା ୟଶର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଧୀରେ ଧୀରେ ପବନର ବେଗ ବଢ଼ୁଥିବାରୁ ଚିଲିକା କୁଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି। କୌଣସି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ ଯାଇନାହିଁ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି ଜଣା ଯାଇଛି । ଚିଲିକା କୂଳରେ ଡଙ୍ଗା ଗୁଡିକ ବନ୍ଧା ହୋଇ ରଖାଯାଉଛି।
ଅଧିକ ପବନ ହେଲେ ଡଙ୍ଗା ଭାଙ୍ଗିଯିବ, ସେଥିପ୍ରତି ଡଙ୍ଗା ଚାଳକ, ମାଲିକ ମନେ କୂଳରେ ଜଗି ରହି ପାଲ ବନ୍ଧା ବନ୍ଧି କରୁଛନ୍ତି। ଅନ୍ୟ ପକ୍ଷରେ ଟାଙ୍ଗି, ଚିଲିକା, ବାଣପୁର ବ୍ଲକ ର ଲୋକମାନେ ଆଗରୁ ପୂର୍ବ ବାତ୍ୟାକୁ ମୁକାବିଲା କରିଥିଲେ। ସେମିତି ସଜାଗ ରହିଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡିଶା ଫାୟାର ସର୍ଭିସ୍ ଟିମ ମଧ୍ୟ ରହିଛନ୍ତି।
Comments are closed.