Latest Odisha News

BREAKING NEWS

ବଙ୍ଗୋପସାଗରରେ ଭାସିଗଲେ ୬୨ ମତ୍ସ୍ୟଜୀବୀ, ୩ ଜଣ ଉଦ୍ଧାର

ପାରାଦୀପ: ବଙ୍ଗୋପସାଗରରେ ବଡ଼ ଅଘଟଣ । ବାତ୍ୟା ବେଳେ ଭାସିଗଲେ ୬୨ ଜଣ ମତ୍ସ୍ୟଜୀବୀ । ୨୪ ତାରିଖ ବିଳମ୍ବିତ ରାତିରେ ବାଂଲାଦେଶର ବରିଷଲରେ ଉପକୂଳ ଛୁଇଁଥିଲା ବାତ୍ୟା ସିତ୍ରଙ୍ଗ । ଏହି ସମୟରେ ଜୋରରେ ପବନ ବହିବା ସହ ହୋଇଥିଲା ବର୍ଷା । ବାତ୍ୟା ବାଂଲାଦେଶ ଉପକୂଳରେ ତାଣ୍ଡବ ରଚୁଥିବା ବେଳେ ୫ଟି ବୋଟରେ ପ୍ରାୟ ୬୨ ଜଣ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବୁଡ଼ି ଯାଇଥିଲା ୩ଟି ବୋଟ୍ । ଆଉ ୫ ଦିନ ପରେ ୩ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନେ ଭାସି ଯାଇଛନ୍ତି ।

ଭାସି ଯାଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣ ପାରାଦୀପ ଠାରୁ ୧୮ ନଟି ମାଇଲ୍ ଦୂରରେ ଭାସୁଥିବା ବେଳେ ବାଲେଶ୍ୱରର ବାବା ରଘୁନାଥ ବୋଟ ଉଦ୍ଧାର କରିଛି । ସେହିଭଳି ଅନ୍ୟ ଜଣଙ୍କୁ ପାଇପଲାଇନ୍ ନିକଟରୁ ଉଦ୍ଧାର କରିଛି ତ୍ରିଶକ୍ତି ବୋଟ୍ । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ସମସ୍ତଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ମତ୍ସ୍ୟଜୀବୀ କେଉଁଆଡ଼େ ଭାସି ଗଲେ ଜଣାପଡ଼ି ନାହିଁ ।

୨ ଦିନ ତଳେ ସମୁଦ୍ର ତଟରକ୍ଷୀ ବାହିନୀ ଗଭୀର ସମୁଦ୍ରରେ ଫସି ରହିଥିବା ୨୦ ଜଣ ମତ୍ସ୍ୟୀଜୀବୀଙ୍କୁ ଉଦ୍ଧାର କରିଥିଲା । ବାତ୍ୟା ସିତ୍ରଙ୍ଗ ସମୟରେ ସମୁଦ୍ର ଢେଉରେ ଓଲଟି ଯାଇଥିଲା ବାଂଲାଦେଶୀ ବୋଟ୍ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପରେ ବାଂଲାଦେଶ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.