Latest Odisha News

BREAKING NEWS

ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ, ପଏଣ୍ଟ ଭାଗ କଲେ ଉଭୟ ଦଳ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବର୍ଷା ଖଳନାୟକ ସାଜିଛି । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି । ଆଫଗାନିସ୍ତାନ ୩ଟି ମ୍ୟାଚରୁ ଗୋଟିକରେ ହାରିଥିବା ବେଳେ ବାକି ୨ଟି ବାତିଲ ହୋଇଛି । ଫଳରେ ଦଳ ୨ ପଂଏଟ ହାସଲ କରିଛି ।

ସେହିପରି ଆୟର୍ଲାଣ୍ଡ ୩ଟି ମ୍ୟାଚରୁ ୩ ପଂଏଟ ହାସଲ କରିଛି । ଦଳ ଗୋଟିକରେ ହାରିଥିବା ବେଳେ ଆଉ ଏକ ମ୍ୟାଚରେ ବିଜୟୀ ହୋଇଛି । ଆଜିର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହୋଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ମେଲବୋର୍ଣ୍ଣରେ ଏବେ କ୍ରମାଗତ ବର୍ଷା ଲାଗି ରହିଛି ।

Leave A Reply

Your email address will not be published.