Latest Odisha News

BREAKING NEWS

ବାତ୍ୟା ବିପଦ, କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅକ୍ଟୋବର ୨୨ରେ ବଙ୍ଗୋପସାଗରରେ ବାତ୍ୟା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦେଇଛନ୍ତି । ଅକ୍ଟୋବର ୨୩ରୁ ୨୫ ଯାଏ ୩ ଦିନ ପାଇଁ ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ୍ କରାଯିବା ସହ ହେଡକ୍ୱାର୍ଟର ଛାଡ଼ିବା ପାଇଁ ମନା କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱରେ ଥିବା ଶ୍ରୀ ସାହୁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ବାତ୍ୟା ପ୍ରସ୍ତୁତିର ସମୀକ୍ଷା ପାଇଁ ଜରୁରୀ ବୈଠକ ଅପରାହ୍ଣ ୪ଟାରେ ବସିବ ।

ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ । ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ କରାଯାଇ ନାହିଁ । ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ ।

ତେବେ ବାତ୍ୟା କେଉଁ ଦିଗରେ ଯିବ ? ତୀବ୍ରତା କେତେ ରହିବ ? ସେନେଇ ପୂର୍ବାନୁମାନ କରାଯାଇ ନାହିଁ । ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ । ୨୨ ତାରିଖ ଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାର ଥିବାରୁ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.