Latest Odisha News

BREAKING NEWS

ଆଧୁନିକତାର ପ୍ରଭାବରେ ହଜିଲାଣି ପାଲା ସଂସ୍କୃତି

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜିବାକୁ ବସିଛି ପାଲା ସଂସ୍କୃତି । ପାଲା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଗ୍ରାମବାସୀଙ୍କ ପ୍ରୟାସ ଜାରି ରହିଛି। ବିଂଝାରପୁର ବ୍ଲକ ଅରେଇରେ ଆୟୋଜିତ ହୋଇଛି ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ପାଲା ମହୋତ୍ସବ । ତେବେ ଏହି ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ସ୍ଥାନୀୟ ଗଜଲଷ୍ମୀ ପୂଜା କମିଟି ଏବଂ ସାଂସ୍କୃତିକ ଅନୁଷ୍ଠାନ ପୁଣ୍ୟ ଉତ୍କଳ ପକ୍ଷରୁ ପ୍ରତିବର୍ଷ ଏହି ପାଲା ମହୋତ୍ସବ ହୋଇଥାଏ ।

ଏଥିରେ ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପାଲା ପରିବେଶଣ କରାଯାଏ । କିନ୍ତୁ ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ପାଇଁ ମହୋତ୍ସବ ବନ୍ଦ ରହିଥିଲା । ଚଳିତ ବର୍ଷ ଏହି ମହୋତ୍ସବ ୭ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯାହାକୁ ଦେଖିବା ପାଇଁ ଜିଲ୍ଲା ବାହାରର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ପାଲା କଳାକାର ମାନେ ଏଠି ପାଲା ପରିବେଷଣ କରି ନିଜକୁ ଧନ୍ୟ ମଣୁଛନ୍ତି।ଏହି ମହୋତ୍ସବ ରେ ସ୍ଥାନୀୟ ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଏଥିସହ ଓଡ଼ିଶାର ଅନନ୍ୟ ଲୋକକଳା ପାଲାକୁ ଉଜ୍ଜୀବିତ କରି ଆସୁଥିବା ଗାଁର ସମସ୍ତ ଆଧ୍ୟାତ୍ମିକ ଜ୍ଞାନୀ ଗୁଣି ଗୁରୁଜନମାନଙ୍କୁ କୃତଜ୍ଞତା ଜଣାଇଥିଲେ l ଅରେଇରେ ଦୀର୍ଘ ୭୫ ବର୍ଷ ଧରି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ପାଲା ସହିତ ଅନ୍ୟ ଲୋକକଳା ପରିବେଶିତ ହୋଇ ଆସୁଛି । ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା ମଧ୍ଯ କରାଇଛି । ତେବେ ଅରେଇ ଭଳି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକ୍ରମ ହୋଇପାରନ୍ତା ପାଲା ସଂସ୍କୃତି ରକ୍ଷା ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.