Latest Odisha News

BREAKING NEWS

ବାତ୍ୟାରେ ନଷ୍ଟ ହୋଇଗଲା ସଲମାନଙ୍କ ଅଭିନୀତ ଟାଇଗର ୩ର ସେଟ

ମୁମ୍ବାଇ: ତାଉତେ ବାତ୍ୟାରେ ଗୁଜରାଟ, ମୁମ୍ବାଇ ସମେତ ଅନେକ ସ୍ଥାନରେ ବ୍ୟାପକ କ୍ଷୟ କ୍ଷତି ଘଟାଇଛି । ମୁମ୍ବାଇରେ ସଲମାନ ଖାଁ ଅଭିନୀତ ଟାଇଗର ୩ର ଏକ ଭବ୍ୟ ସେଟ ଏହି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁବାଇର ଏକ ମାର୍କେଟ ଶୈଳୀରେ ଗୋରେଗାଁର ଏସଆରପିଏଫ ଗ୍ରାଉଣ୍ଡରେ ଏହି ସେଟ ପ୍ରସ୍ତୁତ କରାଯାଇଥିଲା ।

ପୂର୍ବରୁ କରୋନା ମହାମାରୀ ଯୋଗୁ ଶୁଟିଂ ଉପରେ କଟକଣା ଲଗା ଯାଇଥିବାରୁ ଏଥିରେ କାହାର ଜୀବନ ଯାଇ ନାହିଁ । ସେହିପରି ଫିଲ୍ମସିଟିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ମନୀଷ ଶର୍ମା ଟାଇଗର ୩ରେ ନିର୍ଦ୍ଦେଶନା ଦେଉଛି । ଏଥିରେ ସଲମାନ ଓ କ୍ୟାଟ୍ରିନା କୈଫ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

Comments are closed.