Latest Odisha News

BREAKING NEWS

ମାଡ଼ି ଆସୁଛି ତାଉ’ତେ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଉପକୂଳ ମୁହାଁ ବାତ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ରୂପ ଧାରଣ କରି ଆରବ ସାଗରରେ ଆଗକୁ ବଢୁଛି ବାତ୍ୟା ତାଉ’ତେ । ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍କର୍ମ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହେବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ଏକ୍ସଟ୍ରିମିଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ।

ବର୍ତ୍ତମାନ ବାତ୍ୟା ତାଉ’ତେ ମୁମ୍ବାଇ ଉପକୂଳରୁ ୧୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ଗୁଜରାଟର ଭରାଭଲରୁ ୩୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ଡିଉ ଉପକୂଳରୁ ୩୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରଭୂତ ରହିଛି । ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାଉ’ତେ ଆଜି ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ପହଞ୍ଚିବ ।

ଆସନ୍ତାକାଲି ଭୋରରେ ଗୁଜରାଟ ପୋରବନ୍ଦର-ମହୁଭା ଭିତରେ ଭେରି ସିଭୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବରେ ଲ୍ୟାଣ୍ଡଫଲ୍ କରିବ ତାଉ’ତେ । ସ୍ଥଳଭାଗ ଛୁଇଁବା ବେଳେ ତାଣ୍ଡବ ରଚିବ ବାତ୍ୟା । ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟର ବେଗର ପବନ ବହିବ । ପବନର ବେଗ ବଢ଼ି ୧୮୫ କିଲୋମିଟ ବି ଛୁଇଁପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଆମେରିକା ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି, ବାତ୍ୟା ତାଉ’ତ ଏକ୍ସଟ୍ରିମିଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବି ହୋଇପାରେ । ଘଣ୍ଟାପ୍ରତି ୧୭୦ରୁ ୧୯୦ କିଲୋମିଟର ବେଗରେ ବହିପାରେ ପବନ ।

ଗୁଜରାଟ ଓ ଡିଉକୁ ଜାରି ହୋଇଛି ସାଇକ୍ଲୋନିକ ଓ୍ୱାର୍ଣ୍ଣିଂ । ସେହିପରି ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ମୁମ୍ବାଇ ଉପକୂଳରେ ବର୍ଷା ପବନ ଜାରି ରହିଛି । ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠୁଛି । ଗୁଜରାଟ ଉପକୂଳରେ ପାଖାପାଖି ଦେଢ଼ ମିଟରରୁ ୩ମିଟର ଉଚ୍ଚର ଜୁଆର ଆସିପାରେ । ସେହିପରି ଷ୍ଟର୍ମ ସର୍ଜ ସମ୍ଭାବନା ଥିବା କହିଛି ଆଇଏମଡି । ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟରେ ଏନଡିଆରଏଫ୍ ଟିମ୍ ସଜାଗ ରହିଛି ।

Leave A Reply

Your email address will not be published.