Latest Odisha News

BREAKING NEWS

ବଡ଼ ଖବର: ଧାମରା ପାଖ ଦେଇ କାଲି ସକାଳେ ଗତି କରିବ ବାତ୍ୟା ୟସ୍

ଭୁବନେଶ୍ୱର: ବାତ୍ୟା ୟସର ଲାଣ୍ଡଫଲକୁ ନେଇ ବଡ଼ ଖବର ସାମନାକୁ ଆସିଛି । କାଲି ସକାଳେ ଧାମରା ନିକଟ ଦେଇ ଗତି କରିବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜ ମହାପାତ୍ର । ଅର୍ଥାତ ଉତ୍ତର ଓଡ଼ିଶା ଉପକୂଳର ପାରାଦୀପରୁ ପଶ୍ଚିମବଙଗ୍ ମଧ୍ୟରେ ବାତ୍ୟା ତାଣ୍ଡବ ରଚିବ ।

କାଲି ଲାଣ୍ଡଫଲ୍ ବେଳେ ୟସ୍ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସାରିଥିବ । ସେତେବେଳେ ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟର ଓ ସ୍ଥଳବିଶେଷରେ ପବନର ବେଗ ୧୮୫ କିଲୋମିଟର ଛୁଇଁବ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଧାମରା ଓ ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସେହିପରି ପୁରୀରେ ୮ ଓ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

Leave A Reply

Your email address will not be published.