ଭୁବନେଶ୍ୱର/କଟକ: ବାତ୍ୟା ‘ୟଶ’ର ମୁକାବିଲା ପାଇଁ କଟକ ଏବଂ ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଜଳବନ୍ଦୀ ହେବା ଆଶଙ୍କାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପମ୍ପ ଲଗାଯାଉଥିବା ସୂଚନା ମିଳିଛି।
ବିଏମସି ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଯେଉଁଠାରେ ଲୋକମାନେ ଟୋଲ୍ ଫ୍ରି ନମ୍ବର ୦୬୭୪-୨୪୩୧୨୫୩ ଏବଂ ୧୮୦୦୩୪୫୦୦୬୧ କୁ କଲ କରି ସେମାନଙ୍କ ଅଭିଯୋଗ ରେଜିଷ୍ଟର ସହ ସହାୟତା ଲୋଡିପାରିବେ।
ସେହିପରି କଟକ ଜିଲ୍ଲା ପ୍ରଶାସନ ୨୫ଟି ବାତ୍ୟା ଆଶ୍ରୟ ଗୃହ ଏବଂ ୧୨୮ ଟି ଅସ୍ଥାୟୀ ଆଶ୍ରୟ ଗୃହ ସ୍ଥାପନ କରିଛି।
ଏନେଇ ସମସ୍ତ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।
ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆଣ୍ଟିଜେନ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନଙ୍କୁ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯିବ। ଏପରିକି ସେମାନଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ।
ତେବେ କଟକ ଜିଲ୍ଲାର ସମସ୍ତ ସବ-ଡିଭିଜନ ଏବଂ ଗ୍ରାମରେ ଜେନେରେଟର ସୁବିଧା ଉପଲବ୍ଧ ହେବା ନେଇ ସୂଚନା ମିଳିଛି।
Comments are closed.