ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ ଏବେ ୬୦ ମ୍ୟାଚରେ ଭାରତର ନେତୃତ୍ୱ ସୁଚାରୁରୂପେ ତୁଲାଇବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ଏହା ବ୍ୟତୀତ କୋହଲି ଭାରତର ସବୁଠାରୁ ସଫଳ ଅଧିନାୟକ ମଧ୍ୟ ହେବ । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ ମ୍ୟାଚରେ ୨୭ରେ ବିଜୟ ହାସଲ କରିଥିବା ବେଳେ କୋହଲି ସମାନ ସଂଖ୍ୟକ ଟେଷ୍ଟରୁ ୩୬ ବିଜୟ ହାସଲ କରିଛନ୍ତି ।
ସେହିପରି ଏହି ଇଂଲଣ୍ଡ ଗସ୍ତରେ କୋହଲି ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କଲେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି କ୍ଲାଇଭ ଲୟଡଙ୍କୁ ପଛରେ ପକାଇ ୪ର୍ଥ ସଫଳ ଅଧିନାୟକ ହେବେ । ଲୟଡ ୭୪ ମ୍ୟାଚରେ ଦଳକୁ ୩୬ରେ ବିଜୟୀ କରାଇଛନ୍ତି । ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଆଗରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ । ସେ ୧୦୯ ମ୍ୟାଚରୁ ୫୩ରେ ଦଳକୁ ଜିତାଇଛନ୍ତି । ତାଙ୍କ ପଛକୁ ରିକି ପଂଟି ( ୭୭ ମ୍ୟାଚ, ୪୮ ବିଜୟ), ଷ୍ଟିଭ ୱ (୫୭ ମ୍ୟାଚ, ୪୧ ବିଜୟ) ରହିଛନ୍ତି ।
BREAKING NEWS
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ
- India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ

Comments are closed.