Latest Odisha News

BREAKING NEWS

ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ୟାସ୍

ଭଦ୍ରକ: ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି ମକଚି ଭାଙ୍ଗି ଦେଇଛି । ଉଡ଼ାଉ ନେଇଛି ଚାଳ ଘରର ଛପର । କେଉଁଠି ଆଜବେଷ୍ଟସ୍ ବି ଉଡ଼ି ଯାଇଛି । ବିଦ୍ୟୁତ ଖୁଣ୍ଟକୁ ଉପାଡି ଫୋପାଡି ଦେଇଛି ବାତ୍ୟା ।

ଭଦ୍ରକ ଉପକୂଳ ଅତିକ୍ରମ କରିବା ବେଳେ ସ୍ଥଳଭାଗକୁ ମାଡ଼ି ଆସିଥିଲା ସମୁଦ୍ର । ବଡ଼ ବଡ଼ ଜୁଆର ଉଠିଥିଲା । ସମୁଦ୍ର କୂଳିଆ ଗାଁରେ ପଶିଛି ପାଣି । ପ୍ରବଳ ବର୍ଷା ଯୋଗୁ କିଛି ଗାଁରେ ପାଣି ଜମିଛି । ଧାମରା ଅଞ୍ଚଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବଳ ବର୍ଷିଛି । ଗାଁ ଗାଁରେ ପଶିଛି ସମୁଦ୍ର ପାଣି । ଲୋକଙ୍କ ଘରେ ବି ପଶିଛି ।

ତାପୂର୍ବରୁ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଭଦ୍ରକ ଜିଲ୍ଲାରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ।ଯାଇଥିଲା ।

Leave A Reply

Your email address will not be published.