Latest Odisha News

BREAKING NEWS

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ ବ୍ଲେୟାରରୁ ୬୨୦ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଅଛି ।

ସେହିପରି ପାରାଦୀପ ଉପକୂଳରୁ ୫୩୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବ, ବାଲେଶ୍ୱରରୁ ୬୩୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ଦୀଘା ଉପକୂଳରୁ ୬୨୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ୟସ୍ । ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ।

୨୬ ତାରିଖ ମଧ୍ୟାହ୍ନ ପାଖାପାଖି ପାରାଦୀପ ଓ ସାରଗ ଦ୍ୱୀପ ଭିତରେ ଲାଣ୍ଡଫଲ୍ କରିବ ୟସ୍ । ଲାଣ୍ଡଫଲ୍ ବେଳେ ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ସମେତ ପଶ୍ଚିମବଙ୍ଗର ଝାରଗ୍ରାମ, ଦକ୍ଷିଣ ୨୪ ପ୍ରଗଣା ମେଦିନିପୁର ଜିଲ୍ଲାର ଉପକୂଳ ସମୁଦ୍ରରେ ୨-୩ ମିଟର ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି ।

Leave A Reply

Your email address will not be published.