Latest Odisha News

BREAKING NEWS

ୟସ୍ ନେବ ଅତି ଭୀଷଣ ବାତ୍ୟାର ରୂପ, ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଦେଇ ଗତି କରିବ

ଭୁବନେଶ୍ୱର: ଆସୁଛି ବାତ୍ୟା ୟସ୍ । ଆଜି ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏନଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର (ଅତି ଭୀଷଣ ବାତ୍ୟା) ରୂପ ନେଇପାରେ । ଏହା ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତ ଓଡ଼ିଶା ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି କହିଛି ଆଇଏମଡି ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାଁ ରହିବ ୟସ୍ । ତେବେ ଏହି ବାତ୍ୟା ନିର୍ଦ୍ଦିଷ୍ଟ ଭାବରେ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କୌଣସି ସୂଚନା ମିଳିନାହିଁ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଜିଲ୍ଲାରେ ପ୍ରଭାବ ପଡ଼ିବ । ତେବେ କେଉଁ ଅଞ୍ଚଳରେ ବେଶୀ ପ୍ରଭାବିତ ହେବ ସେନେଇ କୌଣସି ସୂଚନା ମିଳି ନାହିଁ ।

ବିଶେଷ କରି ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବର୍ଷା । ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆର୍ଲଟରେ ଜିଲ୍ଲା ପ୍ରଶାସନ । ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।

Leave A Reply

Your email address will not be published.