Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ଯୋଗୁଁ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପ୍ରକାଶିତ ସଦ୍ୟତମ ବୁଲେଟିନ ଅନୁଯାୟୀ, ସାମୁଦ୍ରିକ ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଉପକୂଳରେ କ୍ରମେ ଘନିଭୂତ ହୋଇଛି ।

ଏହାର ପ୍ରଭାବରେ ଓଡ଼ିଶାର ଯେଉଁସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲା

ଆଇଏମଡ଼ି ପକ୍ଷରୁ ଯେଉଁ ୧୯ଟି ଜିଲ୍ଲାଗୁଡ଼ିକୁ ୟେଲ୍ଲୋ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଏବଂ କଳାହାଣ୍ଡି ଜିଲ୍ଲା ।

ବୁଧବାର ଦିନ ଏହିସବୁ ଜିଲ୍ଲାମାନଙ୍କରେ ବୃଷ୍ଟିପାତ ସହିତ ଅନେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଇତିମଧ୍ୟରେ, ମଙ୍ଗଳବାର ଦିନ ରାଜ୍ୟର ଅନେକ ସ୍ଥାନରେ ବୃଷ୍ଟିପାତ ହୋଇଥିବାର ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.