Latest Odisha News

ଭୀଷଣ ରୂପ ନେଲା ବାତ୍ୟା, ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ବତ୍ୟା ‘ହାମୁନ୍’

ଭୁବନେଶ୍ଵର: ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ହାମୁନ୍‌’। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ କରୁଛି ଗତି। ବର୍ତ୍ତମାନ ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହାମୁନ୍।

ବାତ୍ୟା ହାମୁନ ଏବେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ବାତ୍ୟା ପାଇଁ ପାରାଦୀପ ଓ ଧାମରା ପାଇଁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଓଡ଼ିଶାକୁ ବାତ୍ୟା ବିପଦ ନଥିବା ନେଇ ଆଇଏମଡି ସୂଚନା ଦେଇଛି। ବାତ୍ୟା ହାମୁନ୍‌ ପ୍ରଭାବରେ ୨୬ ଯାଏ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ବର ସମେତ କେତେକ ଜିଲ୍ଲାରେ ହାଲକା ବର୍ଷା ସହ ପାଗ କୋହଲା ରହିଛି। ଆହୁରି ୩ ଦିନ ରହିବ ଏଭଳି ପାଗ ।

ଆସନ୍ତାକାଲି ଏହା ବାଂଲାଦେଶ ଉପକୂଳ ଛୁଇଁବ । ବାଂଲାଦେଶ ଉପକୂଳର ଖେପୁପଡା–ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ହେଲେ ସେତିକି ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ । ବାତ୍ୟା ଫଳରେ ସମୁଦ୍ର ମଧ୍ୟରେ ଆଜି ଘଣ୍ଟାପ୍ରତି ୫୫ରୁ ୬୦ କି.ମି ଏବଂ ଝଟକା ପବନ ୭୦ କିଲୋମିଟର ରହିବ । ସେହିପରି ଆସନ୍ତାକାଲି ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ଝଟକା ପବନ ୬୫ କିଲୋମିଟର ଛୁଇଁବ ।

ସୂଚନାଯୋଗ୍ୟ ଯେ, ଏପଟେ ବଙ୍ଗୋପସାଗରରେ ବାତ୍ୟା ହାମୁନ ସକ୍ରିୟ ଥିବା ବେଳେ ଅନ୍ୟପଟେ ଆରବସାଗରରେ ବାତ୍ୟା ତେଜ ସକ୍ରିୟ ରହିଛି । ୨୦୧୮ ପରେ ୨ ସାଗରରେ ଏକକାଳୀନ ଟୁଇନ୍‌ ବାତ୍ୟା ସକ୍ରିୟ ରହିଛି।

Comments are closed.