Latest Odisha News

BREAKING NEWS

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥନ୍

ବାଲେଶ୍ୱର: ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ  । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନଦଙ୍କ ଜନ୍ମ ଦିବସ  । ଏହି ଅବସରରେ ରାଜ୍ୟବ୍ୟାପୀ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି  । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱର ସହରରେ ଏହି ସାଇକ୍ଲୋଥନକୁ ଉଦଘାଟନ କରିଥିଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  ।

ମିଶନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ ସହର ପରିକ୍ରମା ସହ ଜ୍ୟୋତି ହସପିଟାଲ ନିକଟରୁ ଫେରି ପୁଣି ମିଶନ ପଡ଼ିଆରେ ପହଞ୍ଚିଥିଲା I କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ରହି ସାଇକେଲ ଆରୋହୀ ଓ ମାରୱାଡ଼ି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ I
ସୁସ୍ଥ ଓ ନିରୋଗ ରହିବା ପାଇଁ କ୍ରୀଡ଼ା ଅଭ୍ୟାସ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ମାରୱାଡ଼ି ଯୁବ ମଞ୍ଚର ପ୍ରୟାସ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ କହିଥିଲେ I ଆଗାମୀ ଦିନରେ ବାଲେଶ୍ଵରରେ କ୍ରୀଡ଼ାର ଭିତ୍ତିଭୂମୀ ବିକାଶ ପାଇଁ ନୂତନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସହ ବିଭିନ୍ନ ଖେଳ ପଡିଆର ଉନ୍ନତି କରାଯାଉଥିବା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଥିଲେ I

ସାଇକ୍ଲୋଥନର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା I କାର୍ଯ୍ୟକ୍ରମରେ ମାରୱାଡ଼ି ଯୁବ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ରୋଟାରୀ କ୍ଲବ୍ ବାଲେଶ୍ୱର ଅନ୍ ସିର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ  ।

Leave A Reply

Your email address will not be published.